STORYMIRROR

CHINMAYEE PRADHAN

Classics Inspirational Children

4  

CHINMAYEE PRADHAN

Classics Inspirational Children

ଲଗେଇ ଦେଏରେ ଡୋରି

ଲଗେଇ ଦେଏରେ ଡୋରି

1 min
449


  

ଲଗେଇ ଦେଏରେ   ଡୋରି ତୋର ଥରେ 

      ଯିବି ତୋ ଶ୍ରୀକ୍ଷେତ୍ର ବୁଲି, 

ଲୋଡ଼ା ନାହିଁ ଘୋଡା   ଲୋଡ଼ା ନାହିଁ ଗାଡି 

      ପାଦରେ ଯିବୁ ମୁଁ ଚାଲି। 


ଚାରିପଟେ ତୋର   ଚାରୋଟି ଦୁଆର 

     ଗୋଟେ ଦୁଆର ଦେ ଖୋଲି, 

ମନ ହୁଏ ମୋର      କାହିଁକି ଉଚ୍ଛନ୍ନ 

     ଦେଖିବିରେ ତୋତେ ବୋଲି। 


ହେ କଳାବଦନ     ତୋ ଚକାନୟନ

     ଦେଖିବିରେ ଧନ ଥରେ, 

ତୋ ନାଲି ଓଠରେ    ଖିଲି ଖିଲି ହସ 

     ଦେଖି ନେଲେ ମନ ପୁରେ। 


ତୁଳସୀ ଦୟଣା    ସଜାଇ ନେବିରେ 

     ଅଗୁରୁ ଚନ୍ଦନ ଦେଇ, 

ଧୂପ ଦୀପ ସାଥେ    ବାଡ଼ିନଡ଼ିଆ ମୁଁ 

     ନେବିରେ କଳାଗୋସାଇଁ। 


ଲକ୍ଷ୍ମୀ ମାଆ ପାଇଁ    ପଦ୍ମ ଫୁଲ ନେବି 

   ଶଙ୍ଖା ସିନ୍ଦୁରକୁ ଚୁଡ଼ି, 

ସାଇତି ରଖିଛି     ପିନ୍ଧାଇବି ବୋଲି 

     ନୂଆ ଗୋଟେ ପାଟ ଶାଢ଼ୀ। 


ତୋ ଟଙ୍କ ତୋରାଣି    ଭାରି ସୁଆଦିଆ

     ଦେବୁ ମତେ ପିଇବାକୁ, 

ଅଭଡ଼ା ଗଣ୍ଡିଏ     ଦବୁରେ କାଳିଆ 

     ମତେ ଟିକେ ଖାଇବାକୁ। 


ବାଇଶି ପାହେଚେ    ଗଡିଯିବି ମୁହିଁ 

      ଛାଡ଼ିଯିବ ସବୁ ପାପ, 

କଳ୍ପବଟେ ତୋର    ବାନ୍ଧିବିରେ ଡୋର

     ପୂର୍ଣ୍ଣ ହେବ ମାନସିକ। 


ନୀଳ ଚକ୍ର ନେତ   ଉଡ଼େ ଫର ଫର 

     ଦିଶେ କେତେ ମନୋହର, 

ଶ୍ରୀକ୍ଷେତ୍ରଧାମରେ   ପାଦଦେଲେ ଥରେ 

     ଦୁଃଖ ହେବ ସବୁ ଦୂର।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics