STORYMIRROR

DR SAMIR RANJAN BEHERA

Abstract Inspirational

3  

DR SAMIR RANJAN BEHERA

Abstract Inspirational

ଲେଉଟିଲାଣି କରୋନା

ଲେଉଟିଲାଣି କରୋନା

1 min
185


କରୋନା ପର୍ବ  ସରିଣ ଗଲାଣି 

     ଭାବ ନାହିଁ ବନ୍ଧୁ ଏପରି

ସେ କରୋନା ପୁଣି ଲେଉଟିଲାଣି 

    ଭୟଙ୍କର ରୂପ ଧରି ll


ତା କରାଳ ରୂପ  ଉଜୁଡି ଦେଲା ଯେ 

    କେତେ ସୁଖ ପରିବାର

କେତେ ଯେ ହୋଇଲେ ବେସାହାରା ବାବୁ

  କେତେ ଜୀବନ ଛାରଖାର ll


ପେଟକୁ ଟିକିଏ ଦାନା ଦେବା ପାଇଁ

     କେତେ ଦୁଃଖ କଷ୍ଟ ସହିଛି 

ସହସ୍ର ଯୋଜନ   ବାଟ ଚାଲି ଚାଲି

     ଘରକୁ ଦାଦନ ଫେରିଛି ll


କେତେ ଯେ ଦାଦନ ବାଟେ ଚାଲି ଚାଲି

     ନରକ ଯନ୍ତ୍ରଣା ଭୋଗିଛି

ହାହାକାର ହୁଏ    ଜୀବନ ତାଙ୍କର 

   କେତେ ଯେ ଜୀବନ ଲୋଟିଛି ll


ସାରା ବିଶ୍ୱକୁ    ରାଜୁତି କଲାସେ 

     ସବୁ ହେଲେ ହାହା କାର 

ସୁଖ ଶାନ୍ତି ଧୈର୍ଯ୍ୟ  ଓଠେ ଟିକେ ହସ

     ନଥିଲା କାହାରି ପାଖର  ll


ସେ କଷ୍ଟ ଦିନ   କେତେ ଯେ ଯାଇଛି 

   ଜୀବନ ଦୁର୍ବିସହ ହେଇଥିଲା 

ବରଷେ ଯାଇନି   ସେ ଦୁଃଖ କାହାଣୀ

    ସଭେଁ କେମିତି ଭୁଲିଗଲେ ll


ହେ ମୋର ବନ୍ଧୁ  ନ ହୁଅ ଅମାନିଆ 

     ନିୟମ ମାନି ରହିବା 

ମାସ୍କ୍ ପିନ୍ଧୁଥିବା    ହାତ ଧୋଉଥିବା 

     ଦୂରତା ରକ୍ଷା କରିବା ll


ଲକଡାଉନ ସଟଡାଉନ ସମସ୍ତଙ୍କ ପାଈଁ

     ସମାନ ନୁହଁ ରେ ଭାଇ

ବହୁତ ଅଛନ୍ତି     ଓଳିଏ ଖଟିଲେ

    ପେଟକୁ ଦାନା ଯାଅଇ ll


ସରକାର ମହୋଦୟ  ଦିନକୁ ଦିନ

   ମନମାନି ହେଉଛନ୍ତି

ଅର୍ଥ ନିତି ସବୁ ଖରାପ ହେବା ଭୟେ

  ଲକଡାଉନ ନାଁ ଧରୁନାହାନ୍ତି ll


କୋଭିଡ ହସ୍ପିଟାଲ ର କଥା ନକୁହ ବାବୁ

     ପୁରା ପ୍ୟାକିଂ ହେଇ ଯାଉଛି

କେତେ ମରୁଛନ୍ତି କେତେ ବଂଚୁଛନ୍ତି

    ତାର ହିସାବ କିଏ ରଖୁଛି  ll


ଗହଳି ଯାଗାଠୁଁ  ଦୁରେଇ ରହିବା  

     ଗହଳି କରିବା ନାହିଁ

ନିଜସୁରକ୍ଷା ବନ୍ଧୁ  ନିଜର ହାତରେ

   ‌ ଏ କଥା ଭୁଲିବା ନାହିଁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract