STORYMIRROR

Pramila Mohanty

Romance

2  

Pramila Mohanty

Romance

ଲେଖୁ ଲେଖୁ ଲେଖିଦେଲି

ଲେଖୁ ଲେଖୁ ଲେଖିଦେଲି

1 min
99


ଲେଖୁ ଲେଖୁ ଲେଖିଦେଲି

ଆଜି ମୋ ମନ ଗହନର

ଅକୁହା କଥା ଯାହାକୁ

ସାଇତି ରଖିଥିଲି ହୃଦୟ

ସିନ୍ଧୁକର ରୂପା ଫରୁଆରେ

ଲେଖା ଦେଖି ପାରିଯିବ ବୁଝି

ସେଇ ଜହ୍ନରାତିର କଥା

ପ୍ରିତି ପରଶର ଚୋରା

    ଚାହାଣି 

ସେହ୍ନ ବନ୍ଧନର ଅସରନ୍ତି

ପୁଲକ ଚୁନା ଚୁନା ତାରା

ଫୁଲେ ଖିଲି ଖିଲି ହସର

  ଝଲକ 

ଫଗୁଣ ର ଅବିର ରଙ୍ଗେ

 ଦେଇଚି ଲେଖି 

ଶ୍ରାବଣର ଧାରେ ବୁଦ୍ ବୁଦ୍

ପାଣି ଫୋଟକା ପରି 

  ଯାଇଛି ଉଭେଇ

ନୟନର ପ୍ରତି ପଲକେ

ଟୋପା ଟୋପା ଲୋତକ

 ଯାଉଛି ଝରି

ପ୍ରିୟବର ଆଉ କରନା ଡେରି

ଲେଖା ପଢି ଆସିବ ଫେରି

ତୁମରି ବାଟକୁ ଚାହିଁ ବସିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance