STORYMIRROR

Bauribandhu Lenka

Fantasy

3  

Bauribandhu Lenka

Fantasy

ଲେଖନୀ

ଲେଖନୀ

1 min
92


କେବେ ଏହି ଲେଖନୀ ମୁନରୁ

ବର୍ଷିଯାଏ ଅଗ୍ନି ,

ସୃଷ୍ଟିହୁଏ ବାତ୍ୟାର ତାଣ୍ଡବ,

କେବେ ସେ ଝରାଇଦିଏ

ନୟନରୁ ଶ୍ରାବଣର ଧାରା

ଆଉ କେବେ ଭେଟିଦିଏ

ମଖମଲୀ ମୁଲାଏମ ଖୁସିର ପସରା ॥


କେତେବେଳେ ବାହିନିଏ

ଦୂରକୁ ଦୂରକୁ ଭାବନାର ପ୍ରଖର ସ୍ରୋତରେ

ପରିଚୟ କରାଏ ସେ 

ଦୁଃଖ ସୁଖ ଭରା ଜୀବନର ପ୍ରତିଟି ପୃଷ୍ଠାକୁ 

ନିର୍ବିକାର ନିର୍ଲିପ୍ତ ଚିତ୍ତରେ ॥


ମନ ଯଦି ନିରିମଳ ଶରୀର ବି ସୁସ୍ଥ

ଲେଖନୀରୁ ସୃଷ୍ଟି ହୁଏ

ଯାହା ସତ୍ୟ ଶିବ ଓ ସୁନ୍ଦର,

ଝରିପଡନ୍ତି ଅକ୍ଷରର ମୋତିମାନେ,

ବହିଯାଏ ଜ୍ଞାନଗଙ୍ଗା,

ଢଳିଯାଏ ଅଜ୍ଞାନର ଉତ୍ତୁଙ୍ଗ ପ୍ରାଚୀର ॥


ଲେଖନୀ ହିଁ ଉନ୍ମୋଚନ କରେ

ଯେତେ ସବୁ ନୂତନ ରହସ୍ୟ,

ସୃଷ୍ଟିକରେ ନୂଆ ଉପନ୍ୟାସ

ଲେଖନୀ ଚଳ ଚଞ୍ଚଳ ତ ହସିବ ଜୀବନ,

ଲେଖନୀ ନିଶ୍ଚଳ ହେଲେ

ପଶ୍ଚାତାପ ଏ ସାରା ଜୀବନ ॥



Rate this content
Log in

Similar oriya poem from Fantasy