STORYMIRROR

Sukanti Hotta

Abstract

2  

Sukanti Hotta

Abstract

ଲଢ଼ିବାକୁ ହେବ

ଲଢ଼ିବାକୁ ହେବ

1 min
3.2K

ସତ୍ୟ ନ୍ୟାୟ ପାଇଁ ନ ଲଢ଼ି

ପାଟି ଚୁପ କଲେ ଚଳିବ ନାହିଁ

ଅନ୍ୟାୟ ଅନୀତି ଦେଖି

ଆଖି ବନ୍ଦ କରି ରହିବା ନାହିଁ

ପର ନିନ୍ଦା ଅପବାଦ ଶୁଣି

କାନ ବନ୍ଦ କଲେ ହେବ ନାହିଁ


ଲଢ଼ିବାକୁ ହେବ ଜୀବନ ସଂଗ୍ରାମେ

କର୍ତ୍ତବ୍ୟରୁ ଆମେ ହଟିବା ନାହିଁ


ଆଳସ୍ୟ ତେଜିବା ସୁକର୍ମ କରିବା

ଆଖି ପାଟି କାନ ବନ୍ଦ କରିବା ନାହିଁ

ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ମାନି

ଅହିଁସା ନିତି ଛାଡିବା ନାହିଁ

ଜାତି ଧର୍ମ ବର୍ଣ ସମସ୍ତେ ସମାନ

ପରସ୍ପର ମଧ୍ୟେ ଲଢ଼ିବା ନାହିଁ


ଲଢ଼ିବାକୁ ହେବ ଜୀବନ ସଂଗ୍ରାମେ

କର୍ତ୍ତବ୍ୟରୁ ଆମେ ହଟିବା ନାହିଁ


ଧର୍ମ ଅଧର୍ମର ଲଢେଇକୁ ଦେଖି

ନ ଦେଖିଲା ପରି ରହିବା ନାହିଁ

ଆଖି ପାଟି କାନ ଖୋଲିକି ରଖିବା

ଜୀବନ ସଂଗ୍ରାମେ ଡରିବା ନାହିଁ

ଜାତିର ଜନକ ହେ ମହାନ ପିତା

ତୁମ କରୁଣା ଊଣା କରିବ ନାହିଁ


ଲଢ଼ିବାକୁ ହେବ ଜୀବନ ସଂଗ୍ରାମେ

କର୍ତ୍ତବ୍ୟରୁ ଆମେ ହଟିବା ନାହିଁ l


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract