STORYMIRROR

Ajay kumar Behera

Classics

2  

Ajay kumar Behera

Classics

"ଲଢ଼ିବ ଯାଇ ସୀମାରେ"

"ଲଢ଼ିବ ଯାଇ ସୀମାରେ"

1 min
263

ମାଆ ମୋର ଆଜି

ବାହୁନି ବାହୁନି କାନ୍ଦେ

ବାପା ମୋର ଆଜି

ବନ୍ଧା ଅବାଟର ଫାନ୍ଦେ


    ସମୟ ସହ ଜୁଝି

    ଆଖି ମୋର ଯାଏ ଦୂର

    ଭୁଲି ସବୁ ସମ୍ପର୍କ

    ପ୍ରିୟ ପରିଜନ ମୋର


ମନେ ପଡ଼େ ଆଜି

କଣ୍ଟକାକୀର୍ଣ୍ଣ ପଥରେ

ସାଙ୍ଗ ସାଥି ମେଳ

ଅଭୁଲା କଥା ଯେତେରେ


    ଭାଇ ଆଜି କାନ୍ଦେ

    ଭାଇର ମୁହଁକୁ ଚାହିଁ

    ଗେଲ୍ହା ଥିଲି ଭାରି

    ଭାଇକୁ ପାଇବି କାହିଁ


ଭଉଣୀର ଲୁହ

ଅସରା ମେଘର ସୁଅ

ସାନ ଭାଇ ତାର

କିପରି ରହିବ କୁହ


   ନେଇଛି ସେ ପଣ

   ଲଢ଼ିବ ଯାଇ ସୀମାରେ

   ଥର ହର ହେବ

   ଶତ୍ରୁକୂଳ ତା ଗୁଳିରେ


ଭାରତ ମାଆର

ସେବା କରିବା ପାଇଁ କି

ସବୁ ଭୁଲିବ ସେ

ନିଜ ଜୀବନ ଦେଇ କି


   ଖରା କି ବରଷା

   ଖାତିର କରିବ ନାହିଁ

   ଭାରତ ମାଆର

   ସମ୍ମାନ ରଖିବା ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics