ଲାଲ ରଙ୍ଗର ମୋହ
ଲାଲ ରଙ୍ଗର ମୋହ


ପ୍ରେମରେ ମୁଁ ସମର୍ପିଲି
ଲାଲ୍ ଗୋଲାପ,
ତୁମେ ପଚାରିଲ ଏଇଟା
ପ୍ରେମ ନା ବିଦ୍ରୋହ,
ମୁଁ କହିଲି
ଲାଲ୍ ରଙ୍ଗ,
ଗୋଟେ ସଧବାର ପ୍ରତୀକ
ଶଙ୍ଖା, ନାଲି ସିନ୍ଦୁର
ଆଉ ସମ୍ପର୍କର ମୋହ ।
ତୁମେ କହିଲ
ନା, ବୋଧହୁଏ ଏହା
ଯୁଦ୍ଧ, ରକ୍ତପାତ
ହିଂସା, କିମ୍ବା ଆସନ୍ନ ବିପଦ
ମୁଁ କହିଲି
ବାସ୍ ବାସ୍
ଲାଲ୍ ରଙ୍ଗ,
ଦୁଇ ବିପରୀତ ହୃଦୟର ଆକର୍ଷଣ,
ବନ୍ଧନ ଦୁଇଟି ମନର ।
ଆଉ ଦେଖ
ସେ କଳା ମୁହଁରେ
ଲାଲ୍ ଅଧରର ହସ,
ତା ପତିତ ପାବନ ନେତ
ଜଗତ ଜନଙ୍କ ଆଶା,ବିଶ୍ୱାସ ।
ଲାଲ୍ ରଙ୍ଗ କେବଳ
କାନଭାସରେ ନୁହେଁ,
ଜୀବନରେ ବି ଭରିଦିଏ
ପ୍ରେମର ଗଜଲ ।
ଲାଲ୍ ରଙ୍ଗର ମୋହରେ
ଏବେ ମୁଁ
ସାଧବବୋହୂର ଲାଲ୍ ପାଟ ପରି
ପରସ୍ତେ ଲାଲ୍ ରଙ୍ଗରେ
ଲିପିଦେବ ମୋ ଆପଦମସ୍ତକ
ଜୀବନର ଅନ୍ତିମ ଦୃଶରେ।
ମୁଁ ପରା ଲାଲ୍ ରଙ୍ଗର
ମୋହରେ ମୋହଗ୍ରସ୍ତ ।