ଲାଲ୍ ରକ୍ତ
ଲାଲ୍ ରକ୍ତ




ସନିଆ ଭାଇ କହିଯାଇଛି
ତୁ ଘରେ ରହିବୁ
ନ ହେଲେ ମୁଁ....
କାହିଁକି ନା ସେ
ରକ୍ତର ଧର୍ମ ଜାଣିନି
ରକ୍ତର ରଙ୍ଗ ଜାଣିନି
ସମ୍ପର୍କ କହିଲେ ଶିଖିନି
ତା ରକ୍ତ ଏବେ ଗରମ
ସତେ ଯେମିତି କଞ୍ଚାରେ ଖାଇଯିବ
ଏ ଦେଖୁନ ରକ୍ତର ଭାବ ନ ବୁଝି
ନିଜ ମାଆ ପେଟର
ଭାଇକୁ ମାରିପକାଇଲା
ପୁଣି ଭୋ ଭୋ କାନ୍ଦି ଉଠିଲା।
ଛି...ଛି..ଛି
ଏ କି ଯୁଗ ଆସିଲା ଦେଖ
ଭଲ ପାଉଛନ୍ତି
ପୁଣି ଜାତିଭେଦ ଖୋଜୁଛନ୍ତି
ରକ୍ତ ସଭିଙ୍କର ତ ଲାଲ୍ ନା
ଚିନ୍ତାଧାରା ସମପ୍ରକାର ନୁହଁ କିଆଁ
ଏ ସମାଜର ପରିବର୍ତ୍ତନ କଣ
ଏ ଆଖି ଦେଖିପାରିବନି?