STORYMIRROR

rasmi maye pati

Romance

3  

rasmi maye pati

Romance

ଲାଲ୍ ପରୀ

ଲାଲ୍ ପରୀ

1 min
174


କିଏ ସେହି ଲାଲ୍ ପରୀ

  ନିରବେ ତା ସୃଷ୍ଟି

ସେ କୁଆଡେ ଅନ୍ଧ ବୋଲି

 ସଭିଏଁ କହନ୍ତି।।।


କହୁଥିଲା ନୀଳ ଜହ୍ନେ 

  ନୀଳାମ୍ବୁରେ କଇଁ

ଜଳି ହୁଏ ଅର୍ଦ୍ଧ ଦଗ୍ଧ

  କେବଳ ତୋ ପାଇଁ।।।


ସୁରତ ଫେରନ୍ତା ସେଇ 

  ନୂତନ ଯୁବକ

ଲାଲ୍ ପରୀ ଦେଲା ତାକୁ

 ସ୍ୱପ୍ନର ମହକ।।।


ଚହଲା ପାଣିରେ ଦେଖେ

 ତରୁଣୀ ବଦନ

ଲାଲ୍ ପରୀ ଜାଲେ ବନ୍ଧା

  ପାଗଳ ଯୌବନ।।।


କାହିଁକି ଚୁମ୍ବନ ଅଳି 

  ମତୁଆଲା ପୁଷ୍ପ

ସିଏ ବି ବନ୍ଧା ପ୍ରେମରେ

  ବାଣ୍ଟେ ମକରନ୍ଦ ।।


ବସନ୍ତରେ ଲାଲ୍ ପରୀ।  

  ସବୁ ମତୁଆଲା

ମଳୟ ସ୍ପର୍ଶ ରେ ସବୁ

 ଶିହରିତ ହେଲା।।।


ହଜି ଗଲା ପିକ କାଇଁ 

 ପଞ୍ଚମ ତାନରେ

ପ୍ରଣୟ ଡାଳ ରେ ଛନ୍ଦା

  ବୃକ୍ଷର ଶାଖାରେ।।।


ଚିରସ୍ରୋତା ସୁଅ ତାର 

 ପ୍ରୀତି ସିକ୍ତ ନଦୀ

ଦୁଇଟି ଆତ୍ମାରେ ତାହା

 ସମାପ୍ତ ହୋଇଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance