ଲାଲ୍ ଗୋଲାପ
ଲାଲ୍ ଗୋଲାପ
ଅମର ପ୍ରେମର ଆନନ୍ଦ ଦୀପ ତୁ
ଲାଲ ଗୋଲାପ ତୋ'ନାମ ,
ଅନ୍ୟର ଓଠର ଚେନାଏ ହସ ତୁ
ଅନ୍ତରର ମୃଦୁ ସ୍ଵନ ।
ସବୁ ଅନୁଭବ ଉର୍ଦ୍ଧ୍ବରେ ଆଜି ତୁ
ନୀରବ ମଗ୍ନ ଭାବନା ,
ସ୍ମୃତି ସୌଧର ପୀୟାସି କଳ୍ପନା ତୁ
ଆନନ୍ଦ ମୁଗ୍ଧ ଚେତନା ।
ଡାଏରୀର ପୃଷ୍ଠା ସରିଯାଏ ସିନା
ସରେନା ତୋ'ର କାହାଣୀ ,
ପ୍ରେମୀ ଯୁଗଳଙ୍କ ମଧୁର ସ୍ପର୍ଶ ତୁ
ଆଖିର ଚୋରା ଚାହାଣୀ ।
ସତେ ଅବା ତୁହି ଅନୁଢ଼ା ଷୋଡ଼ଶୀ
ଲାଜରେ ଲାଲ୍ ପଡ଼ିଛୁ ,
ଏହାହିଁ ତ' ପ୍ରେମ ଭଲ ପାଇବାର
ପରିଭାଷା ଶିଖେଇଛୁ ।
