STORYMIRROR

ବି. ନିରୁପମା

Romance

4  

ବି. ନିରୁପମା

Romance

ଲାଖିଗଲା ଏଇ ମନ

ଲାଖିଗଲା ଏଇ ମନ

1 min
375


ଏ ଶ୍ୟାମ ସୁନ୍ଦର କିମିଆ କରିଛି

ସେଇଦିନ ଠାରୁ ସଖି ,

ଯୋଉଦିନ ଠାରୁ ତାଆରି ଉପରେ

ପଡ଼ି ଯାଇଛି ମୋ ଆଖି ।


ଲୁଟି ନେଇଛି ସେ ସକଳ ଭାବନା

କେଉଁଠି ଲାଗେନା ମନ ,

ଏକାଗ୍ର ଚିତ୍ତରେ କୃଷ୍ଣ କଥା ଭାଳି

ସାରୁଅଛି ରାତି ଦିନ ।


କିଏ କି କହିଲା-କାହାର କି ଗଲା

ସେଥିରେ ନ ଜଡ଼େ ଚିତ୍ତ ,

ସହଜରେ ବୁଝି ପାରେନା ମୁଁ ସଖି-

କିଏ ମୋ ଭଗାରୀ-ମିତ !!


ସବୁକିଛି ମୋତେ ଦିଶେ କୃଷ୍ଣମୟ 

ନାହିଁ ହିତାହିତ ଜ୍ଞାନ ,

କଲା କି କୁହୁକ,ତାଆରି ପ୍ରେମରେ

ଲାଖିଗଲା ଏଇ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance