STORYMIRROR

ତାରାପ୍ରସାଦ ଜେନା

Romance

4  

ତାରାପ୍ରସାଦ ଜେନା

Romance

ଲାଜୁଆ ମିଶା ଅଳପ ହସ

ଲାଜୁଆ ମିଶା ଅଳପ ହସ

1 min
463


ଲାଜୁଆ ମିଶା ଅଳପ ହସ

ନଖରେ କାଟ ଗାର,

ଜାଣିଲି ଇଏ ମନର କଥା

କହିବା ଲାଗି ଡର !


ଆଲୁରା କେଶ ମୁହଁରେ ପଡ଼େ

ଛାଟୁଛ ହାତ ଟେକି,

ମୁହଁକୁ ମୋର ଦେଖିବା ଲାଗି

ରହିଛ ଅବା ଟାକି !


ଆଖିର କୋଣେ ଅନେକ ଗପ

ହୋଇଛି ଲେଖା ସତେ,

ଭଲରୁ ମନ୍ଦ ସୁଖରୁ ଦୁଃଖ

ଦୁନିଆ ଯାହା ଯେତେ !


ଟେକିଲେ ମୁହଁ ସୂରୁଜମୁଖୀ

ଲାଗୁଛ ଆହା ଶିରୀ,

ଗେଲରେ କାଳେ ଛୁଇଁବି ଓଠ

ମନଟା ହୁଏ ଭାରି !


ଦେହର ବାସ୍ନା ମନକୁ ଛୁଏଁ

ରୂପର ଏକା ହାଟ,

ବାଟୋଇ ସିନା ସାଜିଛି ନିଜେ

ଆଶାର ପାଶ ବାଟ !


ବୁଝିବା ଲାଗି ବୟସ ଉଭା

ଭାବକୁ ଦିଅ ଖୋଲି,

ମରମ ସାଥେ ରାଣକୁ ଦେଇ

ଚଳିବା ଭଲ କାଲି !



இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Romance