STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଲାଜେଇ ଜହ୍ନ🔹🔹🔹🔹-@shok

ଲାଜେଇ ଜହ୍ନ🔹🔹🔹🔹-@shok

1 min
11.5K

ଷୋଳଟି ଫଗୁଣ ଛୁଇଁଗଲା ପରେ 

ଲାଗିଲା ନବ ପରଶ, 

ବସନ୍ତ ମଳୟେ ତରୁ ପଲ୍ଲବିତ 

ବିତରିଲା ଦେହ ବାସ ll


ମନ ଭଅଁରଟା ଉଛୁଳି ଉଠିଲା 

ମାନିଲାନି ବନ୍ଧ ବାଡ଼, 

କଢି ଫୁଟି ଫୁଲ ବାସିଲାଣି ବୋଲି 

ଜୁଆନ ଧାଁ ଧପଡ ll


ସପନରେ କିଏ ତକିଆ ଜାବୁଡ଼େ 

ବସି ଆଙ୍କେ ଚିତ୍ରପଟ୍ଟ, 

ମନ ଫରୁଆକୁ ସିନ୍ଦୁକ ଭିତରେ 

ରଖି କିଳିଛି କବାଟ ll


ପରଶ ଟିକିଏ ପାଇବା ପାଇଁକି 

ଚାଲିଛି ପ୍ରତିଯୋଗିତା, 

ଯିଏ ଏଠି ବାଜି ମାରି ନେବ ସିଏ 

ହୋଇବ ଜଗତ ଜିତା ll


ଲାଜକୁଳୀ ଲତା ଖରାକୁ ଝାଉଁଳେ 

ଦିଏନା କାହାକୁ ଧରା, 

ଏଇ ସନ ଗଲେ ଆର ଫଗୁଣରେ

ବାହା ହୋଇଯିବ ପରା ll


ସଦ୍ୟ ପରିସ୍ନିତା ଶାଢୀ ଟିଏ ପିନ୍ଧି 

ଯେବେ ନଈ କୂଳୁ ଫେରେ, 

କାଖରେ କଳସୀ ପାଣି ଚବକାଇ 

କମରକୁ ଓଦା କରେ ll


ଦେଖିଦେଲେ ଧୀରେ ମୋତେ ସାମନାରେ 

ଫିକ କିନା ହସିଦିଏ, 

ଅମାବାସ୍ୟା ରାତ୍ରେ ପୁନେଇଁ ଚାନ୍ଦ ମୋ 

ଇସାରାରେ କହିଯାଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance