Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Tragedy Others

2  

Ansuman Swain

Tragedy Others

ଲାଜ ସରମ ଦାଣ୍ଡକୁ ଗଲା

ଲାଜ ସରମ ଦାଣ୍ଡକୁ ଗଲା

1 min
94



ଲାଜ ସରମ ସବୁ ଦାଣ୍ଡକୁ ଗଲା     

               ଧରି ବସିଲେ ମଦ ବୋତଲ       

ସ୍ବାମୀ ମାନଙ୍କୁ ନାଲି ଆଖି ଦେଖାଇ

               କରୁଛନ୍ତି ଏଠି କଲ, ବଲ  ।      

ସେ' ଦିନର ନାରୀ ଵ୍ରତ କରୁଥିଲେ

                 ସ୍ବାମୀଙ୍କ ସୁଖ ,ଶାନ୍ତି ପାଇଁ

ଆଜି କାଲି ର ନାରୀ ସ୍ବାମୀ ମାନଙ୍କ

                ଶାନ୍ତି ଶୋଷନ୍ତି ଖାଲି ।

ସ୍ୱାମୀଙ୍କୁ କହିବେ ଶାଢ଼ୀ ବଦଳରେ

                   ଆଣିବତ ଲେମନ୍ ଭକାଡ଼ି

ପାର୍ଟି ଅଛି ତ ସାଙ୍ଗ ଘରକୁ ଯିବି

                   ପିଇବି ଯାଇ ଅଣ୍ଟାକୁ ଭିଡି ।

ଶଶୁର ଶାଶୁ ହେଲେ ଘର ଚାକର

                   ବହୁ ହେଲେ ମାଲିକ ପରି

ସ୍ବାମୀ ସବୁବେଳେ ହାତ ଯୋଡି ବସେ

                   ନାରୀ କମିସନର୍ ଙ୍କୁ ତ ଡରି ।

ସବୁ ନାରୀ କିନ୍ତୁ ଏମିତି ନୁହଁନ୍ତି

                    ଭୂଲ୍ ଭାବିବନି ମତେ ଜମା

ଯଦି କିଛି ଭୂଲ୍ ହୋଇ ଯାଇଥିବ

                     ମତେ କରିଦେବ ଟିକେ କ୍ଷମା ।


Rate this content
Log in

Similar oriya poem from Tragedy