ଲାଗୁନାହିଁ କିଛି ଭଲ
ଲାଗୁନାହିଁ କିଛି ଭଲ
ଜାଣେ ନାହିଁ ମୁହିଁ ଆଜି କାହିଁ ପାଇଁ
ଲାଗୁନାହିଁ କିଛି ଭଲ,
ହୃଦ୍ ସ୍ପନ୍ଦନର ଗତି ବଢୁଅଛି
ହେଉଅଛି କଲବଲ ।
କେତେ ପ୍ରଶ୍ନ ପୁଣି ଉଙ୍କି ମାରୁଅଛି
ମନ ଗହନରେ ମୋର,
ଉତ୍ତର ପାଉନି ମନ ବି ବୁଝୁନି
ହେଉଛି ଖାଲି ଅସ୍ଥିର ।
ଯାହା ହେଉଅଛି ଭଲ ହେଉଅଛି
ମନକୁ ମୋ ବୁଝାଉଛି,
ସବୁ ତାଙ୍କ ଇଛା ମନକୁ ବୁଝାଇ
ନୀରବରେ ରହିଅଛି ।
ନାହିଁ ମୋ ଆୟତ୍ତ କରିବି କଅଣ
ପଶିଅଛି ଶରଣରେ,
ସିଏ ଅନ୍ତର୍ଯ୍ୟାମୀ ଜଗତର ସ୍ୱାମୀ
ସାହା ହେବେ ଅବେଳରେ ।
ଭରସା ରହିଛି ଆଗରୁ ବି ଥିଲା
ସବୁଦିନେ ରହିଥିବ,
ଏ କଳା ବାଦଲ ଆକାଶୁ ହଟିବ
ପୁଣି ସୂର୍ଯ୍ୟ ଝଲସିବ ।।
