STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

କୁଞ୍ଜେ ବିଜେ କୁଞ୍ଜବିହାରୀ

କୁଞ୍ଜେ ବିଜେ କୁଞ୍ଜବିହାରୀ

1 min
262

•       

• ମାଳତୀ ଲତା କୁଞ୍ଜେ କୁଞ୍ଜ ବିହାରୀ

• ବିହାର କଲେ ସଙ୍ଗେ    ଗୋପ ଗୁଆଳୀ ଯେ

• ମାଳତୀ ଲତା କୁଞ୍ଜେ କୁଞ୍ଜ ବିହାରୀ  ।।

• ଆକାଶେ ବିରାଜଇ ପୁନେଇଁ ଜହ୍ନ

• ରାଇ ସହିତ କୁଞ୍ଜେ      ମଧୂସୁଦନ ଯେ

• ଆକାଶେ ବିରାଜଇ ପୁନେଇଁ ଜହ୍ନ  ।।

• କେ ପକାଏ ଆଲଟ କେହୁ ଚାମର

• କେବା ଗୁନ୍ଥଇ ବସି  ଗଜରା ହାର ଯେ

• କେ ପକାଏ ଆଲଟ କେହୁ ଚାମର ।।

• କୁଞ୍ଜ କୁଟୀରେ ଜଳେ ରତନ ଦୀପ

• ଶୋଭା ସରି ନୁହଇ. କୋଟି କନ୍ଦର୍ପ ଯେ

• କୁଞ୍ଜ କୁଟୀରେ ଜଳେ ରତନ ଦୀପ ।।

• ଚନ୍ଦନ, କୁଙ୍କୁମ ରେ କରି ଲେପନ

• ଗୋପୀଏ ବେଶ କଲେ ରାଇ,ମୋହନ ଯେ

• ଚନ୍ଦନ କୁଙ୍କୁମ ରେ କରି ଲେପନ ।।

• କୁଞ୍ଜ ସଜାଇ ଦେଇ ସୁବାଷ ସୁମେ

• ଦୋଳିରେ ବସାଇଲେ  ନେଇ ଜତନେ ଯେ

• କୁଞ୍ଜ ସଜାଇ ଦେଇ ସୁବାଷ ସୁମେ ।।

• ବିଭୁ ପ୍ରେମେ ବିତାଇ ରାତି ଆନନ୍ଦେ

• କୁଞ୍ଜରୁ ବାହୁଡି ଲେ   ପ୍ରଫୁଲ୍ଲ ଚିତ୍ତେ ଯେ

• ବିଭୁ ପ୍ରେମେ ବିତାଇ ରାତି ଆନନ୍ଦେ ।।



Rate this content
Log in

Similar oriya poem from Romance