STORYMIRROR

Jharana Rout

Children

4  

Jharana Rout

Children

କୁନି ପରି

କୁନି ପରି

1 min
296


  

   ଘର ଅଗଣାରେ କୁନି ପରି ଟିଏ

        ଉଡି ଉଡି ବୁଲୁଥାଏ

   କେତେ ସେ ଅଝଟ କରଇ ସିଏ

        ବାପା ମାଆଙ୍କର ଗେହ୍ଲି ଝିଅଟିଏ||


  ଝମ୍ ଝମ୍ କରି ଦାଣ୍ଡ ଦୁଆରେ ଚାଲୁଥାଏ

      ସତେକି ସେ ପୁନେଇଁ ଚାନ୍ଦ ଟିଏ

   ଟିକିଏ ଫୁଲେଇ ଟିକିଏ ଚଗିଲି

         ବାପା ମାଆଙ୍କର ରତ୍ନ ଟିଏ ||


  ଘର ପାଁଇ ସିଏ ଲକ୍ଷ୍ମି ପ୍ରତିମା ଟିଏ

    ତା ପାଦ ପଡିଲେ ଘର ପୂରି ଉଠେ

   ଟିକେ ରାଗି ଯାଏ ଟିକେ ରୁଷି ଯାଏ

       ବାପା ମାଆଙ୍କର ରାଜ ଜେମା ଟିଏ ||

            

       


Rate this content
Log in

Similar oriya poem from Children