STORYMIRROR

Dr Santosh Kumar Panda

Children

3  

Dr Santosh Kumar Panda

Children

କୁନି ହେଲେ ବି ବଡ଼ ତ କର୍ମ

କୁନି ହେଲେ ବି ବଡ଼ ତ କର୍ମ

1 min
387


କୁନିଟିଏ ବୋଲି ଭାବନାହିଁ ମୋତେ

  କୁନି ନୁହେଁ ମୋର ମନ

ଏ କୁନି ମନରେ ଦେଖଇ କେତେ

  ବଡ଼ ହେବାର ସପନ।ଘୋ।


କୁନି ଛୁଆଟିଏ ବାଜିଆ ରାଉତ

  ଦେଶ ଲାଗି ଦେଲା ପ୍ରାଣ

କୁନି ପୁଅଟିଏ ଧରମପଦ

  ଜାତି ହିତେ ଝାସିଲା ତନ।୧।


ଜୋରାବର ଆଉ ଫତେ ସିଂହ

  ଦୁହେଁ ତ ଆଦର୍ଶ ପୁତ

ଧରମ ନାମରେ ଜୀବନ ହାରିଲେ

ମଥା କଲେ ନାହିଁ ନତ।୨।


କୁନି ପିଲାଟିଏ 'ଶିବା'ନାମ ତା'ର

  ଗୋମାତାର ଦେଖି କାନ୍ଦ

ହସ୍ତେ ଖଡ୍ଗ ଧରି ବିଧର୍ମୀ ହାତରୁ

  ଛିଣ୍ଡାଇଲା ମୃତ୍ୟୁ ଫାନ୍ଦ।୩।


କୁନି ଝିଅଟିଏ ପିଲା ନାମ 'ମନୁ'

   ଦେଖିଥିଲା ସିଏ ସ୍ଵପ୍ନ

ନିଜ ରାଜ୍ୟ ସହ ଦେଶକୁ କରିବ

  ବିଦେଶୀ ହାତୁ ସ୍ଵାଧୀନ।୪।


ଉପମନ୍ୟୁ ପୁଣି ଆରୁଣିର କଥା

  କିଏ ଜାଣି ନାହଁ କହ

ଗୁରୁ ଭକ୍ତିରେ ଖ୍ୟାତ ଏ ମହୀରେ

  କର୍ମେ ହେଲେ ସୁନା ପୁଅ।୫।


ଛୁଆଟି ସେ ଛୋଟ 'କାହ୍ନା'ନାମେ ପ୍ରିୟ

   ବଧିଲା ରାକ୍ଷସ ଗଣ

ଉଦ୍ଧରି ଦେଶକୁ ରଖିଗଲା କୀର୍ତ୍ତି

   କଲା ଧର୍ମ ସଂସ୍ଥାପନ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children