STORYMIRROR

Sanjya Tripathy

Abstract Action

4  

Sanjya Tripathy

Abstract Action

କୁନ୍ଦୁଲି

କୁନ୍ଦୁଲି

1 min
251


କାନ୍ଦନା ଲୋ ମା କାନ୍ଦନା

ଏବେ ପରୀକ୍ଷାର ସମୟ

ନାରୀମାଂସ ଲୋଭୀ ଶୃଗାଳର

ବିନାଶର ସମୟ

ବ୍ୟବସ୍ଥାରେ ଆମୂଳଚୂଳ

ପରିବର୍ତ୍ତନର ସମୟ

ତୋ ଦୁଃଖସବୁ ଦାବାନଳ ହୋଇ

ଜାଳିଦେବ ।

କୁନ୍ଦୁଲିରୁ ବାଣପୁର

ଭୁବନେଶ୍ବରରୁ ବାଙ୍ଗାଲୋର

ପଲ୍ଲୀରୁ ଦିଲ୍ଲୀ

ବଳାତ୍କାରୀର ଲିଂଗ ଛେଦନ ହେଉ ସର୍ବ ସମ୍ମୁଖରେ

ମୁଣ୍ଡନ ହେଉ, ହାତଗୋଡ଼ କଂଗାଯାଉ

କ୍ରୀବ, ଅଥର୍ବ କରି ଦିଆଯାଉ ଏ ଦୁଷ୍କର୍ମ କାରୀଙ୍କୁ

ପ୍ରଚଳିତ ନ୍ୟାୟ ବ୍ୟବସ୍ଥା ପରିବାରେ

ଗଣକୋଟିରେ ବିଚାର ହେଉ ଏ ଅପରାଧର,

ନାରୀ ମାଂସର ଆମନ୍ତ୍ରଣରେ ଆମୋଦିତ ହେଉଥିବା

ଯୁବଗୋଷ୍ଠୀଙ୍କୁ ନଗ୍ନ କରାଯାଉ ସ୍ପଷ୍ଟ ଦିବାଲୋକରେ

ସେମାନଙ୍କର ପ୍ୟାରେଡ କରାଇ ଦିଆଯାଉ

ଅପମାନର ହଳାହଳ ବିଷ

ଜ୍ଞାତିକୁଟୁମ୍ବକୁ ସାମାଜିକ ବାସଂଦ କରାଯାଉ ।

ସଜଫୁଲଟିକୁ ବୃତଚ୍ୟୁତ କରିଥିବା

ଅମଣିଷ ମାନଙ୍କୁ ଦିଆଯାଉ

ନିର୍ଘାତିଆ ହାଡଭଙ୍ଗା ମାଡର ଫୁଲମାଳ

ଲୋଡା ନାହିଁ ଅନୁସଂଧାନର ପ୍ରହସନ

ଲୋଡାନାହିଁ ସରକାରୀ ସହାନୁଭୂତି

କିନ୍ତୁ ଲୋଡା ଅଛି ସାମାଜିକ ପରିବର୍ତ୍ତନର ଇଂଗିତ।

ଯୁବ ସମାଜର ବିବର୍ତ୍ତନଭରା ବୈପ୍ଳବିକ ଆଭିମୁଖ୍ୟ

ବ୍ୟବସ୍ଥାର ସଂସ୍କାର, ସଂସ୍କାରରେ ବ୍ୟବସ୍ଥା

ଯେତେ ସବୁ ନିର୍ଭୟା ଓ କୁନ୍ଦୁଲି ପୀଡିତାଙ୍କ

ଆର୍ତଚିତ୍କାର

ବୁଦ୍ଧିଜୀବୀଙ୍କ ବିବାଦୀୟ ବିତର୍କ ପରେ ବେଲଗାମ

ତା ପରେ ଗଣଦୁର୍ଷକର୍ମ ଓ ସେକ୍ସ ଭିଡିଓ

ଭାଇରାଲର ଚମକ

ଏ ସବୁ ସ୍ନାନ ସ୍ମୃତି ଆଣେ ଚିନ୍ତାର ଖୋରାକ୍

ଅନୁଭୂତି ଓ ଅଂଶକାର ଦୋଛକିରେ

କୁନ୍ଦୁଲି ପୀଡିତା ମାନେ ଆଣି ଦିଅଂତି

ଆତ୍ମ ସମୀକ୍ଷାର ମହାର୍ଘ ମୁହୁର୍ଭ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract