STORYMIRROR

Subhalaxmi Nayak

Inspirational Children

4  

Subhalaxmi Nayak

Inspirational Children

କୁନାର ବଗିଚା

କୁନାର ବଗିଚା

1 min
285

କୁନାଟି ଆମର ଛୋଟ ପିଲା ସିନା

ବୁଦ୍ଧିରେ ତାହାକୁ ନୁହେଁ କେ ସରି

ଘରେ କରିଛି ସେ ଛୋଟ ବଗିଚାଟେ

କିସମ କିସମର ଫୁଲ ଗଛରେ ଭରି।


ସାନ ବଡ଼ ହୋଇ ଅନେକ କିସମ

ଫୁଲଗଛଟି ଦିଶେ ଅତି ମନୋରମ

ସକାଳ ହେଲେ ଫୁଲ ଚାଙ୍ଗଡ଼ା ଭରି

କୁନା ତୋଳି ଆଣେ ଯତନ କରି।


ପ୍ରତିଦିନ ଦୁଇବେଳା ପାଣି ଦିଏ ଯାଇ

ଗଛ ମୂଳରେ ଖତ ଔଷଧ ଦେଇ

ବଗିଚା ସାରା ଶୁଖିଲା ପତ୍ର ଗୋଟାଇ

ଏକାଠି କରି ଦିଏ ନିଆଁ ଲଗାଇ।


ଖରା ଛୁଟି ହେଲେ ସାଙ୍ଗସାଥୀ ମେଳେ

ବଗିଚାରେ ବସି ତାଙ୍କ ସଙ୍ଗେ ଖେଳେ

ଶୀତ ଦିନେ ଛୋଟ ଭୋଜି ଆୟୋଜନ

ସଭିଏଁ ଖେଳନ୍ତି ହୋଇ ଖୁସି ମନ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational