STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କୁନା ପାଇଁ ନାନାବାୟା

କୁନା ପାଇଁ ନାନାବାୟା

1 min
13.5K


ସୁଶାନ୍ତ କୁମାର ନନ୍ଦ

ବିଲୁଆ ନନା , ଧାଇଁଛୁ କୁଆଡ଼େ ,

ଇଆଡ଼େ ଅନା ।

ମାଉସୀ କରିଛି ଆରିଶା ପିଠା ,

ବଢିଆ ସୁଆଦ ଆହାକି ମିଠା

ଟିକିଏ ରହି , ଯାଆ ତୁ ଖାଇ ,

ନକରି ମନା ।

ହନୁ ମଉସା , ମୁଣିରୁ କାଢି ,

ଦେଏ ପଇସା ।

ସହରେ ହେଉଛି ବାଲି ଯାତରା ,

ମେଲେଇ ଦେଇଛି କେତେ ପସରା ,

ମାଉସୀ ମୋ , ଯିବ ସହର ,

କରିଛି ଆଶା ।

ପୁଷି ବିଲେଇ , ମୁହଁ ଫୁଲେଇ ,

ବସିଛୁ କାହିଁ ।

ମଉସା ଆଣିଛି ଭାକୁର ଧରି ,

ମାଉସୀ ରାନ୍ଧିଛି ଯତନ କରି ,

ଆଇଁସେ ତୋର , ଭାରି ଆଦର ,

ଜାଣିଛି ମୁହିଁ ।


Rate this content
Log in

Similar oriya poem from Classics