STORYMIRROR

Nalini Subudhi

Tragedy

4  

Nalini Subudhi

Tragedy

କୁମ୍ଭାର ଭାଇ

କୁମ୍ଭାର ଭାଇ

1 min
304

ଜୀବନ ଯନ୍ତ୍ରଣା ହୁଏ ନାହିଁ ଉଣା

କାନ୍ଧରେ ବାହୁଙ୍ଗି ଭାର  

ହାଣ୍ଡି ମାଠିଆରେ ସରା ଟୋକେଇରେ

କୌଳିକ ପସରା ମୋର  । 


ମାଟି ଝାଟି ଆଣି ଚକରେ ଗଢଣି

ଦିଏ କେତେ କେତେ ରୂପ 

ମାଟି ଜିନିଷ ର ଚାହିଦା କମୁଛି

ଷ୍ଟିଲ୍ ବାସନର ସ୍ତୁପ । 


ଷ୍ଟିଲ୍ ବାସନ ରୋଗର କାରଣ

ଏକଥା ଜାଣୁନା ଆମେ 

ଆଖିର ଚମକ ଦିଶେ ଚକଚକ୍

ବ୍ଯବହାର ସବୁକାମେ  । 


ତଥାପି ମାଟିର ସରା ଦୀପ ଘଡ଼ି

ଶୁଭ କାମେ ହୁଏ ଲୋଡା 

ତାରିଣୀ ମାଆର ପୂଜାରେ ଲାଗଉ

ମାଟିରେ ତିଆରି ଘୋଡ଼ା । 


ଅଶୁଭ କାମରେ ଲୋଡା ହୁଏ ମଧ୍ଯ

ମାଟିରେ ତିଆରି ହାଣ୍ଡି 

ମହାପ୍ରସାଦକୁ କୁଡୁଆ ଦରକାର

ନାମ ତାର ବାଇହାଣ୍ଡି  । 


ଦୁଃଖେ ସୁଖେ ନେଇ ଚଳାଏ ସଂସାର

କୌଳିକ ଜୀବିକା ମୋର  

ମାଟି ପାତରର ଚାହିଦା କମୁଛି

ମାନ୍ଦା ତ ବଜାର ଦର । 


Rate this content
Log in

Similar oriya poem from Tragedy