Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Romance Inspirational Others

4.3  

Henarani Senapati

Romance Inspirational Others

କୁମାର ପୂର୍ଣ୍ଣମି ଜହ୍ନ

କୁମାର ପୂର୍ଣ୍ଣମି ଜହ୍ନ

2 mins
355


କୁମାର ପୂର୍ଣ୍ଣମି ଜହ୍ନ ଗୋ - ଫୁଲ ବଉଳବେଣୀ ।

ଋପା ଥାଳିପରି ଆକାଶରେ ଆଜି

ବଡ ଜହ୍ନଟେ ପଡିଛି ଗୋ - ଫୁଲ ବଉଳବେଣୀ ।

ଗାଁର ଦାଣ୍ଡତ ଜହ୍ନ ଆଲୋକରେ

ଆଲୋକିତ ଯେହ୍ନେ ଦିନ ଗୋ- ଫୁଲ ବଉଳବେଣୀ ।

ଜହ୍ନ ଆଲୋକ ରେ ରାତି ଅଧେ କୃଷ୍ଣ

ଫୁଲ ତୋଳନ୍ତିତ ଆସି ଗୋ - ଫୁଲ ବଉଳବେଣୀ ।

ରାଧାରାଣୀ ମାନ କରିଛନ୍ତି ବୋଲି

କୃଷ୍ଣ ମନାଇବା ପାଇଁ ଗୋ - ଫୁଲ ବଉଳବେଣୀ ।

ଫୁଲ ଚାଙ୍ଗୁଡିରେ ଭରି ଶ୍ବେତପୁଷ୍ପ

କୃଷ୍ଣ ଗୁନ୍ଥନ୍ତି ଗଜରା ଗୋ ଫୁଲ ବଉଳବେଣୀ ।

ରାଧାରାଣୀଙ୍କର ମାନ ଭାଙ୍ଗିବାକୁ

ଗଜରା ହାର ବାନ୍ଧନ୍ତି ଗୋ - ଫୁଲ ବଉଳବେଣୀ ।

ମୁକୁଳା କେଶରେ ଗଜରା ବାନ୍ଧି କି

କରନ୍ତି ଡାଲିଆ ଖୋଷା ଗୋ - ଫୁଲ ବଉଳବେଣୀ

ରାଧିକା ମୁହଁକୁ ଭିଡିଆଣି କୃଷ୍ଣ

ସ୍ନେହ ଦିଅନ୍ତି ଚୁମ୍ବନ ଗୋ - ଫୁଲ ବଉଳବେଣୀ ।

ସରମରେ ରାଧା ମୁହଁକୁ ଲୁଚାଇ

ପଣତ ଢାଙ୍କି ଦିଅନ୍ତି ଗୋ - ଫୁଲ ବଉଳବେଣୀ ।

ରାଧାରାଣୀ ସଖି ଖୋଜି ଖୋଜି ଆସି

କୃଷ୍ଣ କୁ ଠେଲି ଦିଅନ୍ତି ଗୋ - ଫୁଲ ବଉଳବେଣୀ ।

ଆଖି ଛଳ ଛଳ କରି ରାଧାରାଣୀ

କୃଷ୍ଣ ଙ୍କୁ ହାତ ଯୋଡନ୍ତି ଗୋ - ଫୁଲ ବଉଳବେଣୀ ।

କୃଷ୍ଣ ପ୍ରେମ ଅଧା ରାଧାରାଣୀ ପାଖେ

ମିଛ ନୁହେଁ ଏହା ସତ ଗୋ - ଫୁଲ ବଉଳବେଣୀ ।

କୃଷ୍ଣ ଭଗବାନ ଦୁଃଖ ପାଇଥିଲେ

ଆମେ ତ ଛାର ମନୁଷ୍ୟ ଗୋ - ଫୁଲ ବଉଳବେଣୀ ।

ଦୁଃଖ ସୁଖ ସବୁ ସମାନ ଭାବରେ

ଆମ ଜୀବନରେ ଆସେ ଗୋ - ଫୁଲ ବଉଳବେଣୀ ।

ଆସ ସହି ଆସ ସାଙ୍ଗ ମାନେ ମୋର

ପୁଚି ଖେଳରେ ମାତିବା ଗୋ - ଫୁଲ ବଉଳବେଣୀ ।

ବେଙ୍ଗ ବାହାଘର କରିଦେବା ଆଜି

ବହୁତ ମଜା ଲାଗିବ ଗୋ - ଫୁଲ ବଉଳବେଣୀ ।

ପାଳ ଭୂତ କାହୁଁ ମାଡି ଆସିଲାଣି

ଡର ନାହିଁ କେହି ତୁମେ ଗୋ - ଫୁଲ ବଉଳବେଣୀ ।

ପାଳ ଭୂତ ଏଇ ବରଷକେ ଥରେ

ପାଳରେ ଆସି ଡରାନ୍ତି ଗୋ - ଫୁଲ ବଉଳବେଣୀ ।

ଆଜିକାଲି ଆଉ କୁମାରୀ ଖେଳୁନି

କୁମାର ପୂର୍ଣ୍ଣମି ଜହ୍ନ ଗୋ - ଫୁଲ ବଉଳବେଣୀ ।

ଚନ୍ଦ୍ରର ଆଲୋକ ବିଜୁଳି ଲୁଚାଇ

ଭଣ୍ଡୁର କରୁଛି ସବୁ ଗୋ - ଫୁଲ ବଉଳବେଣୀ । ଶୀତଳ ଆଲୋକ ଜହ୍ନ ଦେବତାଙ୍କ

କେହି ଆଉ ଖୋଜୁ ନାହିଁ ଗୋ - ଫୁଲ ବଉଳବେଣୀ ।

ବିଜୁଳି ଆଲୋକ କୃତ୍ରିମ ଆଲୋକ

ଆମ ପାଇଁ ହେଲା ଭଲ ଗୋ - ଫୁଲ ବଉଳବେଣୀ ।

ଘରେ ଘରେ ଥଣ୍ଡା ଥର୍ମୋ କୁଲରତ

ଜହ୍ନକୁ ହଜାଇ ଦେଲା ଗୋ - ଫୁଲ ବଉଳବେଣୀ ।

କୁମାର ପୂର୍ଣ୍ଣମି ଜହ୍ନ ଗୋ - ଫୁଲ ବଉଳବେଣୀ ।

ଏଇଠି ସମାପ୍ତ କଲି ଗୋ - ଫୁଲ ବଉଳବେଣୀ ।



Rate this content
Log in

Similar oriya poem from Romance