STORYMIRROR

Anupama Sahu

Abstract Others

3  

Anupama Sahu

Abstract Others

କୁଳବଧୂ

କୁଳବଧୂ

1 min
165

ମୁଁ କୁଳବଧୂ 

ସଂସ୍କାର ଅମାପ ସିନ୍ଧୁ 

ହସ ଲୁହର ବନ୍ଧୁ 

ନିସ୍ୱାର୍ଥ ତ୍ୟାଗର ବିନ୍ଦୁ 

ମୋ ପୂର୍ବଜ ଇଶାଣ ଇନ୍ଦୁ।


ମୁଁ କୁଳବଧୂ 

ଅଧରେ ଗହଣା ମୋର 

ମିଠା ମିଠା କଥା, 

କର୍ତ୍ତବ୍ୟ ପାଳେ ମାତ୍ର 

ଭୁଲେନି ମର୍ଯ୍ୟାଦା, 

ସ୍ନେହ,ପ୍ରେମ,ମମତାର 

ଅଟଇ ପୂର୍ଣ୍ଣ କଳସ, 

ସମସ୍ତଙ୍କୁ ସୁଖ ବାଣ୍ଟି 

ନିଜେ ପିଇ ଯାଏ ବିଷ।


ମୁଁ କୁଳବଧୂ 

ଖୋଲେନି କାହା ଆଗେ 

ସତ ମିଛର ଫରୁଆ, 

ଖୋଜେନି କେବେ 

ପାପପୂଣ୍ୟର ଠିକଣା, 

ମଥା ପାତି ସହିଯାଏ 

ଯେତେ ନିର୍ଯ୍ଯାତନା, 

ସକାଳରୁ ସଂଜ ହୋଇ 

ଅନ୍ୟ ଇଚ୍ଛାର ଖେଳନା।


ମୁଁ କୁଳବଧୂ 

ସକାଳରୁ ସଞ୍ଜ 

ସଞ୍ଜରୁ ସକାଳ 

ବେଢିଥାଏ ମୋତେ 

କର୍ତ୍ତବ୍ୟର ଶିକୁଳୀ 

ପାରି ନାହିଁ କେବେ 

ସେ ଆକଟ ପଞ୍ଜୁରୀରୁ ମୁକୁଳି। 


              


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract