କୁଜି ନେତା
କୁଜି ନେତା
ଶିକ୍ଷା ଦୀକ୍ଷା ନାହିଁ ଦୁଇ ଅକ୍ଷର.
କୁଜି ନେତା ଭାବେ ପାଏ ଆଦର.
କଥା କହିବାରେ ଭାରି ଚାତର
ମିଛ ଟାଉଟରି ସେ ଗନ୍ତାଘର ।
ଭୋଟ ଆସିଲେ କଚେ ପୁଅ ବାର
ଡାହା ମିଛ କଥା ତୁଣ୍ଡରେ ତାର.
ମୁଁ ଗାଆଁ ଯାକର ମାମଲାତକାର
ଗାଆଁ ଯାକ ଭୋଟ ପକେଟେ ମୋର ।
ମାଗୁଛନ୍ତି ଟଙ୍କା ଦିଅ ଚଞ୍ଚଳ
ନୋହିଲେ ଭୋଟ ଯିବ ତୁମର.
ବାଣ୍ଟୁଛି ମୁଁ ନିତି ମଦ ବିୟର
ତୁମ ପାଇଁ ଲାଗେ ମୁଁ ନିରନ୍ତର ।
ଟଙ୍କା ଆଣଇ ସେ ପୁଳାକୁ ପୁଳା
ନୀତି ଧରିଛି ସେ ସରବ ଗିଳା.
କିଛି ଟଙ୍କା ପାନ୍ତି କିଛି ଭୋଟର
ଆଉ ସବୁ ଟଙ୍କା ପକେଟେ ତାର ।
ଜିତି ଗଲେ ପାର୍ଟି ମାରେ ହୁଙ୍କାର
ରୋଜଗାର ପନ୍ଥା ଖୋଲଇ ତାର.
ଲାଟିନ ଆବାସ ବାଁ ହାତ ଖେଳ
ଏବେ କରିଦେବି ଟିକେ ସମ୍ଭାଳ ।
ଲାଟିନ ପାଇଁକି ଦୁଇ ହଜାର
ଅବାସରେ ନେବି ଦଶ ହଜାର.
ଯିଏ ଦେବ ଟଙ୍କା ହେବ ଚଞ୍ଚଳ
କଟିଗଲେ ଦୋଷ ନ ଦେବ ମୋର ।
ଭୋଟର ଦିଅନ୍ତି ଆଣି କରଜ
ହାଣ୍ଡିରେ ନ ଥାଉ ତାଙ୍କର ପେଜ.
ଘରଟିଏ ପାଇଁ ହୋଇ ବିକଳ
ଛପର ହୁଏନି ତା ଚାଳଘର ।
ଦିନ ପରେ ଦିନ ଯାଏ ତ ଗଡି
ଶକ୍ତ ପାନେ ପାଏ କାନ ରଗଡି.
ଚାହିଁ ଚାହିଁ ତାର ବୁଡ଼ଇ ବେଳ
କହିଲେ କ୍ରୋଧର ହୁଏ ଶିକାର ।
