Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

କୁହ ହେ ଭକତେ

କୁହ ହେ ଭକତେ

1 min
4


କେଉଁ ଭାବେ ଡାକି ଥିଲ ହେ ଭକତେ

ମୋତେ ଟିକେ କହିବକି 

କାଳିଆ ସୁନାର ମନ ଜିଣା ଗୁଣ

ମୋତେ ଶିଖାଇ ଦେବ କି ?

କେଉଁ ପୂଜାରେ ବା ପୂଜିଲ ହେ ଭକ୍ତେ

ତା ପାଖ ଲୋକ ହୋଇଲ

କାଳିଆ ସୁନାର ହେଲ ଗଣ୍ଠିଧନ

ଜୀବନ ଧନ୍ୟ କରିଲ ?

କେଉଁ ଅର୍ଘ୍ୟ ଅବା ଅର୍ପଣ କରିଲ

କେମିତି ଦୀପ ଜାଳିଲ

କି ନୈବେଦ୍ୟ ଅବା ସନ୍ତୁଷ୍ଟ କରିଲ

କିବା ଭାବେ ଭାସୁ ଥିଲ ?

ଶୁଣିଛି କାଳିଆ ପୂଜା ଅର୍ଘ୍ୟ ଅବା

ନଇବେଦ୍ୟ ଚ଼ାହେଁ ନାହିଁ

ସତ କୁହ ଭକ୍ତେ ଭାବେ କି କାଳିଆ

ବିଭୋର ଯେ ହେଉ ଥାଇ ।

ହାତ ଯୋଡ଼ି ଆଜି ପଚ଼ାରୁଚି ଭକ୍ତେ

ମୋତେ ଯେ ପରଖି ନିଅ

ମୋ ଭାବେ କେଉଁଠି ଉଣା ରହିଅଛି

ଟିକିଏ ବତାଇ ଦିଅ ।

ନାହିଁ ମୋହ ପାଖେ ଧନ ଦଉଲତ

ନାହିଁ ହେ ଭକତିର ଧାରା

ଭବ ସାଗରରେ ଭାସୁଚି ଭକତେ

ଦିଅ ହେ ଟିକେ ଇସାରା ।

କାଳିଆର ହସ ମନ ମୋହୁଅଛି

ଛଟପଟ ହୁଏ ମନ

ହେଲେ ସେ ଆସୁନି ଦେଖା ବି ଦେଉନି

ଲୁହରେ ଭିଜେ ନୟନ ।

ଥରୁଟିଏ ପାଇଁ ଦେଖା ଦେବା ପାଇଁ

କହି ଦିଅ ହେ ଭକତେ

ଜୀବନ ମୋହର ଧନ୍ୟ ହୋଇଯାଉ

ଜଣାଏ ମୁଁ ପ୍ରଣିପାତ ।



Rate this content
Log in

Similar oriya poem from Classics