STORYMIRROR

Kalandi pal

Inspirational

4  

Kalandi pal

Inspirational

କୁଢ଼ କୁଢ଼ ଶବ ଖାଉଛି ମାନବ

କୁଢ଼ କୁଢ଼ ଶବ ଖାଉଛି ମାନବ

1 min
232


ଅମୂଲ୍ୟ ରତନ ସ୍ଵତନ୍ତ୍ର ଚଳନ

କ୍ଷମତା ପ୍ରଭାବେ ଜୀବ

ଦେହରୁ ଜୀବନ ହୋଇଗଲେ ଶୂନ୍ୟ

ଜୀବଟି ବୋଲାଏ ଶବ ।।


ଜୀବ ମଧ୍ୟେ ଶ୍ରେଷ୍ଠ ମାନବ ବିଶିଷ୍ଟ

ଜ୍ଞାନର ଉଦାହରଣ

ବିଚାର ବିମର୍ଷ ଗୁଣ ପାଇଁ ଶୀର୍ଷ

ସ୍ଥାନେ ଥାଏ ତା ସମ୍ମାନ ।।


ଶବଟି ଅଛୁଆଁ ମଣେ ଏକୁଟିଆ

ଜଗତେ ମାନବ ଜାତି

ଶବକୁ ଭକ୍ଷଣ କରି ନିତି ଦିନ

ମେଣ୍ଟାଏ କ୍ଷୁଧାର ତାତି ।।


ମଣିଷ ମରିଲେ ଶବ ହୁଏ ସିନା

ଛେଳି କୁକୁଡ଼ା କି ଶବ ?

କୋଟି କୋଟି ଜୀବ ମାରୁଛି ମାନବ

ଶବରେ ଲଗାଏ ଭାବ ।।


ଶବ ଖିଆ ଏହି ମଣିଷ ଜାତିଟା

ଖାଏ କୁଢ଼ କୁଢ଼ ଶବ

ନିଜର ଶବଟି ମଶାଣିରେ ମାଟି

ଦେଇ କରେ ଆତ୍ମ ଗର୍ବ ।।


ଦୁର୍ଲଭ ଜୀବନ ଦେଇ ଭଗବାନ

ଛାଡିଲେ ମର୍ତ୍ତ୍ୟ ଭୁବନ

ଭୁଲି ଦିବ୍ୟ ଗୁଣ କରି ଆଚରଣ

ପଶୁ ବୁଦ୍ଧି ଠାରୁ ହୀନ ।।


ମାନବ ବଦଳେ ଅସୁରରୁ ଦଳେ

ଭ୍ରମରେ ଦେଲେକି ଗଢି

ଭାବୁଛନ୍ତି ପ୍ରଭୁ ସରଗରେ ବସି

ଗଲାରେ ସବୁ ବିଗିଡି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational