Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4.0  

Bijaya Kumar Swain

Inspirational

କୁଆଁର ପୁନେଇଁ ଜହ୍ନ ଲୋ

କୁଆଁର ପୁନେଇଁ ଜହ୍ନ ଲୋ

1 min
336



କୁଆଁର ପୁନେଇଁ ଜହ୍ନ ଲୋ

 ଫୁଲ ବଉଳ ବେଣୀ

ଶରତ ଆକାଶ କେଡ଼େ ନିରିମ ଳ

ଦେଖି ଲେ ଉଚ୍ଛନ୍ନ ମନ ଲୋ।

   ଫୁଲ ବଉଳ ବେଣୀ ।


କାସତଣ୍ଡି ଫୁଲ ଶୁଭ୍ର ଲୋ

  ଫୁଲ ବଉଳ ବେଣୀ

କୁଆଁରୀ ମାନଙ୍କ ମନ ସେହିପରି

 ଛୁଇଁବା ପାଇଁ ସରଗ ଲୋ।

  ଫୁଲ ବଉଳ ବେଣୀ ।


ଆକାଶେ ଉଁଇଁ ଲେ ଚାନ୍ଦ ଲୋ

  ଫୁଲ ବଉଳ ବେଣୀ

ଆସ ଲୋ ବଉଳ ଆସ ଗୋ ସଙ୍ଗାତ

  ନଈ ରେ ବସିବା ଚାନ୍ଦ ଗୋ ।

   ଫୁଲ ବଉଳ ବେଣୀ ।


ଠିଆ ପୁଚି ବସା ପୂଚି ଗୋ

  ଫୁଲ ବଉଳ ବେଣୀ

କୁଆଁରୀ ଙ୍କ ଖେଳେ ଦାଣ୍ଡ ଦୁଲୁକୁଛି

 ମନ ଲୋଭା ସେ ଚାହାଣି ଗୋ

  ଫୁଲ ବଉଳ ବେଣୀ ।


ଲବଙ୍ଗ ଗଛ ର ଛାଇ ଗୋ

  ଫୁଲ ବଉଳ ବେଣୀ

କୁଆଁର ପୁନେଇ ଜହ୍ନ ଯେ ହସୁଛି

 ଦେଖି କୁଆଁରୀଙ୍କ ଠାଣି ଗୋ

  ଫୁଲ ବଉଳ ବେଣୀ।


Rate this content
Log in

Similar oriya poem from Inspirational