STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

କୁଆଁର ପୁନେଇ ଜହ୍ନ

କୁଆଁର ପୁନେଇ ଜହ୍ନ

1 min
255


ବିଲ ରେ ରୋଇଲି ଧାନ ଆଉ ଦିନେ କଅଁଳା ବାଛୁରି କାନ

ବର୍ଷ ଋତୁ ଅନ୍ତେ ନିର୍ମଳ ଆକାଶ ପୂର୍ଣ୍ଣମୀର ତୋଫା ଜହ୍ନ।


ଆଶ୍ୱିନ ଆକାଶ ପରିଷ୍କାର ଦିଶେ ଶରତ ଋତୁର ଚନ୍ଦ୍ର

କୁମାରୀ କନ୍ୟାର ଲୋଭ ଜହ୍ନ ପରି ବର ପାଇବାକୁ ଭଦ୍ର।


ପ୍ରଭାତ ପ୍ରହରୁ ବାଳ ସୂର୍ଯ୍ୟ ପୂଜା ଆଞ୍ଜୁଳି ଟେକାର ବିଧି

ସନ୍ଧ୍ୟାରେ ଚଉଁରା ମୂଳେ ଖଇ ଛେନା ଗୁଡର ଚାନ୍ଦଟି ଗଢି।


କୁମାର ପୂର୍ଣ୍ଣିମା ଗୀତ ଗାଇ ଗାଇ ଝିଅଙ୍କର ପାହେ ରାତି

ସଂଗୀତ ଗାନରେ ଗାଆଁ ଦାଣ୍ଡ ଫାଟେ ପୁଞ୍ଚିଲୋ ଯାଆ ଘୁଞ୍ଚି।


ସାଗର ମନ୍ଥନେ ସୁଶୀତଳ ଚନ୍ଦ୍ର ସରଗରେ ଉଭା ହେଲେ

ଜ୍ୟୋତିଷ ଦ୍ୱିତୀୟ ଗ୍ରହ ଶିବଙ୍କର ମସ୍ତକେ ଶୋଭା ପାଇଲେ।


ଲକ୍ଷ୍ମୀଙ୍କ ଭ୍ରାତର ଜହ୍ନ ମାମୁଁ ଆମ ସୌନ୍ଦର୍ଯ୍ୟର ଗନ୍ତାଘର

ଚନ୍ଦ୍ରଯାନ ପେଶି ବ୍ୟବସାୟୀ କହେ ଜହ୍ନରେ କରିବ ଘର।


ସାମ୍ୟବାଦୀ କବି ଭାବେ ଜହ୍ନ ଯଦି ରୁଟିଟିଏ ହୋଇଥାନ୍ତା

ଗୋଟିଏ ରୁଟିରେ କେତେଟା ବୁଭୁକ୍ଷୁ ପେଟ ପୁରି ଯାଉଥାନ୍ତା !


ଲକ୍ଷେ ବରଷର ଅଭିଜ୍ଞତା ବଳେ ପରମ୍ପରା ହୁଏ ଗଢା

ଅବିମୃଶ୍ୟକାରି ଅବିଦ୍ୟା ଆଦରି କରନ୍ତି ସଂସ୍କାର ତେଢା। 


ଜହ୍ନ ବୁଡିଗଲେ କଇଁ ମୁଦି ହୋଇ କରେ ସତୀତ୍ୱ ପ୍ରକଟ

ଚନ୍ଦ୍ର କୁମୁଦିନୀ ପ୍ରଣୟର ଗାଥା ଆଜି ବି କରେ ଉଚ୍ଚାଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational