STORYMIRROR

Satyabati Swain

Fantasy

4  

Satyabati Swain

Fantasy

କଟକ ଓ ରାତି

କଟକ ଓ ରାତି

1 min
162

ଦୁଇଟି ବେଡ଼ 

ଗୋଟେ ରୋଗୀ,

ଅନ୍ୟଟି ଆଟେଡାଣ୍ଟ୍,

ହୃଦୟ ଥରା କିଛି ଯନ୍ତ୍ରଣା,

କିଂକର୍ତ୍ତବ୍ୟବିମୁଢ଼ା ଗୋଟେ ହୃଦ, 

ଅନ୍ୟଟି ଆର୍ତ୍ତନାଦ; 

ଏବଂ କଟକର ଗୋଟିଏ ରାତି

ସହର ରାତି କ୍ଲାନ୍ତ ହୁଏନି!!

କି ଶୁଏନି!!!


ଆଖିରେ ଆଖିଏ 

ଭୟର ନିଦ

ପତା ପଡ଼ିବାକୁ ଅନିଛୁକ

ସାଲାଇନ୍ ଠିକ୍ ଚାଲୁଛିତ!!

କାଳେ ଆଖି ଲାଗି ଗଲେ

ସାଲାଇନ୍ ସରିଯିବ

ବେଦନା ନେସା ଯନ୍ତ୍ରଣା ଦଗ୍ଧ

ମଣିଷ ରକ୍ତରେ ସାଲାଇନ୍ 

ବଟଲ କାଳେ ଭରି ଯିବ!!

ଏଇ ତ୍ରିଶଙ୍କୁ ଅବସ୍ଥାରେ

ଅସ୍ଥିର ହୋଇ

କଟକ ରାତି ମୁହଁକୁ ଅନେଇଁଲି

ସେ ବି ବିକଳ ମୋ ପରି

ଶୋଇ ପାରୁନି

ଏଇ ବିକଳ ପଣ

କାବୁ କରୁ କରୁ

ହେଲ୍ଥ ଲାଇନ୍

ଝର୍କା ଖୋଲି

ଭାସି ଆସିଲା

ଯା ଦେବୀ ସର୍ବ ଭୂତେଷୁ .....।


ଏଣେ କବାଟ ଖୋଲି

ପଶି ଆସିଲେ

ବବି ,ତନୁ ଓ

ଆଉ ଜଣେ ଅଚିହ୍ନା

କିନ୍ତୁ ଆପଣାର ଲାଗୁଥିବା

ଗୋଟେ ଝିଅ

ମହାଷ୍ଟମୀ ଖରା 

ବିଛାଡି ପଡିଥିଲା

କଟକ ନିଦୁଆ ଦେହରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy