STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

କଥା

କଥା

1 min
184


କଥାରୁ ବ୍ୟକ୍ତିର ବ୍ୟକ୍ତିତ୍ୱ କଥା

କଥା କହୁ କହୁ ରାମାୟଣ

ମହାଭାରତ ଗୀତା

ଜଣାପଡେ କୁରୁସଭାର ଦ୍ରୌପଦୀ

ବନିତା ଲତା ଓ ରାମାୟଣ ସୀତା

କେତେ ଗହନ କଥା ll


ବୁଢ଼ୀ ଅସୁରୁଣୀର ବ୍ୟଥା

ମାଣିକ ଗଉଡ଼ୁଣୀ ଅହଲ୍ୟା ପତିବ୍ରତା

କଲରା ପତର ପିତା ସେ ଦେହକୁ ହିତା

କଥାରୁ ଜ୍ଞାନ ସୁମନ

କଥାରୁ ଅଭେଦ ଅଭିଧାନ

କଥା ସ୍ୱାଭିମାନ କଥା ସମ୍ମାନ

କଥାରେ ପୁଲକ ଜଗତଜିତା ll


କଥାରୁ ଜାଣୁଛୁ ଦେଶ ବିଦେଶ ବାର୍ତ୍ତା

କଥା କହେନାହିଁ ପଶୁ ଗଛ ସିନା

ନୀରବତା ତାଙ୍କ କହୁଛି କଥା

ଗଛର ଛାଇ ପବନ ସାଇଁ

ନଈର ସୁଅ ପକ୍ଷୀ ଡେଣାର ବେଗ

ସମୁଦ୍ର ଢେଉ କୋଇଲି କୁହୁ

କାଉର କାଆ ଗଛର ସାହା ଓ ରାହା

କଥାର ନଥା ଓ ଗାଥା ll


ବୁଝିହୁଏ ଥିଲେ ଭାବ ସଂହିତା

କଥା କହି କହି ବୁଢୀମା ଅପରାଜିତା

ଅତି ଲେମ୍ବୁ ଚୁପୁଡି ପିତା

ଗପରେ ଗୀତରେ କାବ୍ୟ କବିତାରେ

କଥାରେ ବାର୍ତ୍ତାରେ ଭୃଗୁସଂହିତା

କଥା କହି ଶୁଣି ଲେଖି ପଢି ବଢେ ଗୁଣବତ୍ତା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract