STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କଥା ତ ଏତିକି

କଥା ତ ଏତିକି

1 min
147


କଥା ତ ଥିଲା ଏତିକି

ତୁମେ ମୋର ମୁଁ ତୁମର

ଆସୁପଛେ ଯେତେ ଝଡ

ଭୂଲିବାନି କେହି କାହାକୁ

ସମୀର କି ନେଲା ଟାଣି

    ତୁମକୁ

କେମିତି ଭୂଲିଲ ସେହି

ବାଲି ଖେଳ ନିର୍ଝରଣୀର

ଶୀତଳ ପାଣିରେ ଥୋପ

ଥୋପ ଚାଲି ପାଦ ପକାଇ

 ହାତରେ ହାତ ରଖି

 ଯାଉଥିଲେ ଚାଲି

ସେଇ ରୂପା ଜହ୍ନର

ଶୀତଳ

ଜ୍ୟୋତ୍ସ୍ନାର ମୃଦୁ ମନ୍ଦ ପବନ

ପବନ ସାଥେ ଫଗୁଣର

 ଅବିର ରଙ୍ଗର ଟୋଲି

 ବୁଲୁ ଥିଲେ ଖେଳି

 ଯାଉଥିଲେ ଢଳି

ସାଙ୍ଗ ସାଥି ମେଳ

 ରଜ ଦୋଳି ଖେଳ

ସବୁ କିଛି କି କଥାରେ

 ଯାଇଛି ଅଟକି

ହୋଇ ଯାଇଛି ଆଜି

 ବେସାହାର ସାଥୀ

ଶ୍ରାବଣ ବରଷା ଧାରେ

 ଯାଇଛି ବୋହି

ପାଣି ସୁଅରେ ବୁଦ୍ ବୁଦ୍

   ସାଜି ।



Rate this content
Log in

Similar oriya poem from Inspirational