କ୍ଷତାକ୍ତ ପ୍ରେମ
କ୍ଷତାକ୍ତ ପ୍ରେମ
ପ୍ରେମ ପରିଣତି ହୋଇଛି କ୍ଷତାକ୍ତ
ଦୁଃଖ ଶୋକେ ସନ୍ତ।ପିତ
ଭଲ ପାଇ ପରେ ସାରା ଜୀବନ ରେ
ଅନୁତାପ ପ୍ରାୟଶ୍ଚିତ ।
କରି କରି ନିତି ଦିନ ଯାଏ ବିତି
ନ ଲଭେ କ୍ଷଣେ ତୃପତି
ଆଜିର ସମାଜେ ଦୁଃଖ ଦାହ ନିତ୍ୟେ
ସହି ସହି ଦୁଃଖୀ ଅତି ।
ପ୍ରେମ ପ୍ରଣୟର ମଧୁଝରା ଝର
କାହିଁ ଆଉ ଆଜି ନାହିଁ
ସବୁ କଳୁଷିତ ପ୍ରେମ ଯେ ଦୂଷିତ
ପ୍ରତାରଣା ଚାହିଁ ଚାହିଁ ।
ସବୁ ହୋଇ ଅତି ଉତ୍କଟ ପ୍ରଶାନ୍ତି
ଘେନିଛି ଏବେ ମେଲାଣି
ପ୍ରେମ ତ କ୍ଷତାକ୍ତ ପ୍ରଣୟ ଦୂଷିତ
ସ୍ବଭାବ ସାଜି ଗଲାଣି ।
ଆହା ଏ ସଂସାର ଲାଗେ ଭୟଙ୍କର
ସୌନ୍ଦର୍ୟ୍ଯ ତୃପତି ଅବା
କାହିଁ ନାହିଁ କିଛି ସବୁ ଡରାଉଚି
ଧରିଣ କଦର୍ଯ୍ୟ ଆଭା ।
