Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

CHINMAYEE PRADHAN

Romance Tragedy

3  

CHINMAYEE PRADHAN

Romance Tragedy

କ୍ଷତାକ୍ତ ପ୍ରେମ

କ୍ଷତାକ୍ତ ପ୍ରେମ

1 min
122


ଏ ଦୁନିଆ କହେ.. 

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ 

ଦୁଇଟି ଆତ୍ମାର ମଧୁର ମିଳନ। 


ଏ ଦୁନିଆ କହେ.. 

ପ୍ରେମ କଳ୍ପନାର ମିଠା ସମ୍ମୋହନ

ଭାବ ଆବେଗରେ ଝୁମେ ଏଇ ମନ।


ଏ ଦୁନିଆ କହେ..

ପ୍ରେମ ଅନ୍ତରେ ଆଣେ ଭାବାନ୍ତର

ମନପ୍ରାଣେ ତୋଳେ ଛନ୍ଦ ସୁମଧୁର।


ଏ ଦୁନିଆ କହେ..

ପ୍ରେମ ଖିଆଲି ମନର ଭାବ ପ୍ରବଣତା

ନିଶବ୍ଦ ମାନସେ ଭାଙ୍ଗେ ନିରବତା।


ଏ ଦୁନିଆ କହେ..

ରସମୟ ପ୍ରେମ କୁହୁକ ସ୍ପର୍ଶରେ

ରଙ୍ଗ ହୁଏ ବୋଳି ହୃଦୟ କାନ୍ଥରେ।


ଏ ଦୁନିଆ କହେ..

ପ୍ରେମ କଲେ ସବୁ ଲାଗଇ ମିଠା

ସହଜେ ଛାଡେନି ପ୍ରେମର ଅଠା।


ପ୍ରେମ ମୋ ପାଇଁ.. 

 ନୁହଁଇ ଶାଶ୍ୱତ ନୁହେଁ ସତ୍ୟ 

ଜୀବନ କରିଛି ରକ୍ତ ରଞ୍ଜିତ। 


ପ୍ରେମ ମୋ ପାଇଁ.. 

ପୂର୍ଣ୍ଣମୀ ରାତିର ଅଦିନ ଝଡ

ଜୀବନ୍ତ ପ୍ରାଣ ମୋ କରିଛି ଜଡ। 


ପ୍ରେମ ମୋ ପାଇଁ..

ମଧ୍ୟାହ୍ନ ବେଳାର ମିଛ ମରିଚୀକା 

ରଙ୍ଗିନ୍ ମନ ମୋ କରିଛି ଫିକା।


ପ୍ରେମ ମୋ ପାଇଁ.. 

ଜୀବନ ପାତ୍ର ମୋ କରିଛି ରିକ୍ତ 

ଅନ୍ତରକୁ ମୋ କରିଛି କ୍ଷତାକ୍ତ।



Rate this content
Log in

Similar oriya poem from Romance