କ୍ଷତାକ୍ତ ଭାବନା
କ୍ଷତାକ୍ତ ଭାବନା
ପଠେଇ ଦେଲି ଭାବନାର
ପୁଷ୍ପକ ବିମାନକୁ ..
ଯା ...ଯାଇ ବୁଲି ଆ
ସେ ଆମାଜନ୍ ଜଙ୍ଗଲରେ
ଯେଉଁଠି ହୁତୁ ହୁତୁ ଜଳି ଯାଉଛି ସବୁଜିମା
ଯା ଲିଭେଇ ଦେବୁ ତା'ର ଦଗ୍ଧ ବକ୍ଷ ଦେଶକୁ ...।
କିନ୍ତୁ ଏ କଣ ...?
ମୋ ଭାବନା ନିଜେ କ୍ଷତାକ୍ତ
ନିଜେ ଲେଉଟି ଆସିଛି
କିଛି ଅଧା ଜଳା ସନ୍ଦେଶକୁ ନେଇ ।
ପ୍ରତିଟି ସନ୍ଦେଶରେ
ସେ ବୋଳି ଦେଇଛି ଅଭିମାନର ଅବିରକୁ ।
ସେ ତ ସମ୍ପୂର୍ଣ୍ଣ ମର୍ମାହତ ...
ସ୍ବାର୍ଥ ର ବହ୍ନୀ ନିସ୍ବାର୍ଥପରତା
ସେଇଠି ଭସ୍ମୀଭୂତ ।
ସତ୍ୟ , ନ୍ୟାୟକୁ ସଳିତା ବନେଇ
ଅନ୍ୟାୟର ଶିଖା ସେଇଠି
ବେଶ୍ ପ୍ରଜ୍ଜ୍ଵଳିତ ।
ଦୁର୍ବଳର ପାଉଁଶ ଗଦା ପରେ
ସବଳ ନଅର ତୋଳି
ହୋଇଛି ସେଇଠି ଦଣ୍ଡାୟମାନ ।
ଆତ୍ମ ସମ୍ମାନ , ସ୍ବାଭିମାନର ବେକକୁ ମୋଡି ଦେଇ
ଅମାନବିକତା ସେଇଠି ପାଳୁଛି ଅଗିରା ପୁନେଇଁ ।
ସେ କ୍ଷତାକ୍ତ ଭାବନାକୁ ଗୋଟେଇ ନେଇ
ସ୍ବଚ୍ଛ ମାନବିକତା ଆଜି
ସମ୍ପୂର୍ଣ୍ଣ ରକ୍ତାକ୍ତ...............
