STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

କ୍ଷଣ କ୍ଷଣକୁ ଆନ

କ୍ଷଣ କ୍ଷଣକୁ ଆନ

1 min
320


ଅନ୍ତର ବିଳପେ ଅବସାଦ ଚାପେ ଅବସୋସେ ପ୍ରାଣ ଭିଜେ

ମାନବର ଗତି ଅଧୋଗତି ପ୍ରାପ୍ତି ନୀତି ରୀତି ରାହା ଖୋଜେ।

ପରିବେଶ ସ୍ଥିତି ଭୋଗୁଛି ଦୁର୍ଗତି ଜୀବନ ଜିଇବା ଦୁସ୍ଥ

ପିତୃତ୍ବ ମାତୃତ୍ୱ ରିକ୍ତ ଅପଳାପ ଗୃହ ପରିବାର ନଷ୍ଟ ।


ବଇକୁଣ୍ଠ ପ୍ରାପ୍ତି ଦିବା ସ୍ୱପ୍ନ ନିତି ଉଭାଏ ସରାଗ ସ୍ନେହ

ପାରସ୍ପରିକତା ଅନ୍ତର ଦୀନତା ମଳିନ ନିଷ୍ପ୍ରଭ ବ୍ୟୁହ ।

ଶୈଶବ ବାଳୁତ ଭୁଲିଯାଏ ପୁତ୍ର ମମତା ପଣତ ତଳେ

ସ୍ବେଚ୍ଛାଚାରିତାର ଭାବରେ ବିଭୋର ଅଶାନ୍ତିର ଦାବାନଳେ ।


ଭଗାରୀ ସାଜଇ ସହୋଦର ଭାଇ ଦୁହିତା କରଇ ଦ୍ରୋହ

ଆତ୍ମୀୟତା ଭାବ ନିଷ୍ପନ୍ଦ ନୀରବ ମମତା ଢାଳଇ ଲୁହ ।

ପ୍ରେମ ପ୍ରୀତି ଝର ଶୁଷ୍କ ନିରନ୍ତର ଉଜୁଡେ ଜୀବନ କ୍ଷେତ

ମାୟା ମରୀଚିକା ନିତ୍ୟ ପ୍ରହେଳିକା ଲୁପ୍ତ ଜୀବନର ଗୀତ ।


ଅସାର ସଂସାର ମୋହ ତମ ଘୋର ଅଢେଇ ଦିବସ ପାଇଁ

କ୍ଷଣ କ୍ଷଣ ଆନ ପୃଥିବୀର ମାନ ମାନବ ସଦା ଭୁଞ୍ଜଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational