STORYMIRROR

Chittaranjan Nanda

Classics Fantasy

3  

Chittaranjan Nanda

Classics Fantasy

କ୍ଷମତା ପାଇଁ ହରାଉଛୁ ସ୍ୱାଭିମାନ

କ୍ଷମତା ପାଇଁ ହରାଉଛୁ ସ୍ୱାଭିମାନ

1 min
285

ଦେଶର ଆମେ ଯେତେ ଅଛୁ ମଣିଷ

ଅଛିକି ଆମ ସ୍ୱାଭିମାନ 

ପଦ ପାଇଁ, କ୍ଷମତା ପାଇଁ, ହରାଉ ନାହେଁ 

କି ଆମେ ଆମ ସ୍ୱାଭିମାନ


ଯେନ ତେନ ଉପାୟରେ କ୍ଷମତାରେ ବସି

ଦେଖାଉ ନାହିଁ କି ଆମ ନଖ ଚିହ୍ନ

ଭ୍ରଷ୍ଟ ନେତାର ଆଖିର ଠାରରେ ପୋଲିସ 

ସହିତ କରୁନେକି ଅନ୍ଧାରୀ ଶାସନ


ଯେତେ ହୋଇଛେ ଡାକ୍ତର, ହୋଇ ନାହେଁ

କି ଲୋକଙ୍କ ଖର୍ଚ୍ଚରେ ଡାକ୍ତର, 

କେବେ ଦିନେ ଆମେ ଭାବୁଛେକି ରୋଗୀକୁ

ସେବା କରିବା କର୍ତ୍ତବ୍ୟ ଆମର


ଜାଣି ଜାଣି ଏହି କର୍ମ ଅନ୍ୟାୟ, ଅନ୍ଧାରରେ 

ଗର୍ଭପାତର ହଉନେକି ନିମିତ୍ତ ମାତ୍ର

ପଇସାର ନିଶାରେ ଭ୍ରୁଣ ହତ୍ୟା କରି ସକାଳକୁ  

ବୋଲାଉନେ କି ସଚ୍ଚୋଟ ଡାକ୍ତର


ଏଠି ନିଜର ଅଛି କେହି ବୋଲି ଖୋଜିଲେ ମଧ୍ୟ

କେହି କୁହ ଦୃଶ୍ୟମାନ ହେଉଚି କି

ସବୁତ ନିଜ ନିଜ ଜଞ୍ଜାଳରେ ପାଇଁ ବ୍ୟସ୍ତ, ତଥାପି

ଆମେ ଅଦୃଶ୍ୟ ଡୋରିରେ ବାନ୍ଧି ହୋଇନେ କି 


ତଥାପି ଆଜି ବି ନାରୀକୁ ଆମେ ରଖିନେକି ସେ 

ଅବଳା ଓ ଦୁର୍ବଳା ଆମର ଭାବନାରେ  

ଜାଣିଛେ ସମସ୍ତେ ବନିତା ଲତା ନୁହେଁ, ସେ 

ସ୍ରଷ୍ଟା ସୃଷ୍ଟିର ସ୍ଥିତି ଓ ବିଲୟରେ 


ଯଦିଓ ସେ ସ୍ରଷ୍ଟା, ତଥାପି, ସେ ହୋଇନିକି ଲାଞ୍ଚିତ, 

ବଞ୍ଚିତ ଓ ଅପମାନିତ 

ଦେଇ ପାରିବକି କେହି ତାହାର ଉତ୍ତର କାହିଁକି ତା'ର

ମାନ, ଇଜ୍ଜତ ଯୁଗେ ଯୁଗେ ହୁଏ ଅବଲୁଣ୍ଠିତ ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics