STORYMIRROR

Neelima Nivedita Behera

Tragedy

3  

Neelima Nivedita Behera

Tragedy

କ୍ଷମା କରିଦେଲି

କ୍ଷମା କରିଦେଲି

1 min
13.7K


କ୍ଷମା କରିଦେଲି

କ୍ଷତାକ୍ତ ଅଭିଳାଷକୁ,

କ୍ଷମା କରିଦେଲି

ଆହତ ଅଭିମାନକୁ,

କ୍ଷମା କରିଦେଲି

ଅଯଥା ଅଭିଯୋଗକୁ,

କ୍ଷମା ବି କରିଦେଲି ତୁମର

ନିରବ ନିଥର ନିଷ୍ଠୁରତାକୁ,,,

ଏବେ ଶୋଇବି ନିଶ୍ଚିନ୍ତରେ

ଗୋଡେଇବନି ଆଉ

ଗତକାଲିର ଉଜାଗର ରାତି

କାରଣ

କ୍ଷମା କରିଦେଲି ମୁଁ ନିଜକୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy