କ୍ଷୀରାବ୍ଧୀ ତନୟା
କ୍ଷୀରାବ୍ଧୀ ତନୟା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଗଜଲକ୍ଷ୍ମୀ ମହାଲକ୍ଷ୍ମୀ ବିଷ୍ଣୁ ପ୍ରିୟା ସାଗର ତନୟା
ସମୁଦ୍ର ମନ୍ଥନୁ ଜାତ ହୋଇ ବିଷ୍ଣୁଙ୍କର ପ୍ରାଣ ପ୍ରିୟା
ଅଭାବ କଷଣ ଦୂରୀଭୂତ ଯଦି ଥାଏ ତୋ'ର ଦୟା
ବୈଭବ ଐଶ୍ୱର୍ଯ୍ୟ ସୁଖ ସମ୍ପଦ ସବୁ ତୋ'ର ଛାୟା
ପୂଜା ଆରାଧନା ଜାଣିନି ମୁଁ ମା,ଥାଉ ତୋ'ର ଦୟା
ଲୋଭ ମୋହ ବନ୍ଧନ ଏଇଠି ରହି ଅଛି ଭବ ମାୟା
ଆଶ୍ଵିନେ ଗଜଲକ୍ଷ୍ମୀ ମାର୍ଗଶିରେ ମହାଲକ୍ଷ୍ମୀଙ୍କ ଦୟା
ସେହି ଦୟା ପ୍ରାପ୍ତ ହୋଇଲେ ରହିବନି ଭବ ମାୟା
ଅନ୍ନପୂର୍ଣ୍ଣା ନାମ ଉଚ୍ଚାରଣ ମାତ୍ରେ ମହାମାୟୀ ଦୟା
ନରାଧମ ପ୍ରତି କୃପାଦୃଷ୍ଟି ସହ ରହୁ ଲକ୍ଷ୍ମୀଙ୍କ ଦୟ
ା
ମା'ଲକ୍ଷ୍ମୀ ପଦ୍ମାଳୟା ପଦ୍ମା କମଳା ଶ୍ରୀ ହରି ପ୍ରିୟା
ମା'ଇନ୍ଦିରା ଲୋକମାତା ମା ରମା କ୍ଷୀରାବ୍ଧି ତନୟା
କଳିଯୁଗରେ ମାନବୀୟ ଲୀଳା ଶ୍ରୀମନ୍ଦିରରେ ସ୍ଥିତ
ରଥଯାତ୍ରା କାଳେ ତୁମ ରାଗ ଋଷା ଦେଖୁଛି ଜଗତ
ଦଳିତ ନାରୀ ଶ୍ରୀୟାର କଥା ଚର୍ଚ୍ଚିତ ଭକ୍ତି ଆଧାର
ଭକ୍ତି ଭାବେ ପାଳିତ ହେଉଛି ମାର୍ଗଶିର ଗୁରୁବାର
ପଦ୍ମ ଫୁଲ ପ୍ରିୟ ବୋଲି ନାମ ପଦ୍ମାଳୟା ରହିଅଛି
ପଦ୍ମ ଫୁଲ ବିନା ଆରାଧନା ପାଇଁ ମନ ବଳିଅଛି
ଭକ୍ତିର ପଦ୍ମ ଫୁଟି ହୃଦୟେ ବିସ୍ତାରି ରହିଛି କାୟା
ମା ପାଦ ସେହି ପଦ୍ମରେ ରହୁ,ଏତିକି କର ମା ଦୟା ।।