STORYMIRROR

Anil kumar Pradhan

Abstract

2  

Anil kumar Pradhan

Abstract

କ୍ଷେତ ଠୁ ବେସି ଖାତା

କ୍ଷେତ ଠୁ ବେସି ଖାତା

1 min
303

କ୍ଷେତକୁ ଛାଡ଼ିଣ ଖାତାକୁ ଗଲେଣି

ବହୁ ଜନଜାତି ଆମ

ଲଙ୍ଗଳ ଓ ଇଶ ଭୁଲି ମାଟିକଥା

ଧରିଛି ହାତେ କଲମ

କୃଷିଯେ ଜୀବିକା ଜଣା ଏହି ଦେଶେ

ଏହି ଧରା ସମାଜରେ

ମାତ୍ର ଦୁଃଖ ମାଡ଼େ ସେକଥା ଭାବିଲେ

କୃଷକ ଝୁଲେ ଫାଶୀରେ

ପଢ଼ାଲେଖା ଯଦି ସଭିଏଁ କରିବେ

ଅର୍ଣ୍ଣଦାତା ହେବ କିଏ

ସଭିଏଁ ବସିଣ ରୋଜଗାରକ୍ଷମ

ଝାଳ ବୁହାଇବା କିଏ

ଏମିତିରେ ପୁଣି ଚଷିଯେ ଅଲୋଡ଼ା

ହୋଇଛି ଏ ଦେଶ ସାରା

ସରକାର ଆମ ନଜର ବାଢିଲେ

ଦେଶ ହେବ ଶାନ୍ତିପରା

ଯିଏ ଯା ଚାକିରୀ କରିଣ ବିଲକୁ

ଯଦି ଯିବା ଆମ୍ଭେସର୍ବେ

ଦେଶ ଯେ ଆଗୁଆ ହୋଇବ ଜାଣିଥ

ଚାଷି ହସିବ ମରମେ

ଯିଏ ଯାହା କାମ କରୁଛ ଯେ କର

ନଭୁଲ ଖାଦ୍ୟଭଣ୍ଡାର

ପଢ଼ା ଲେଖା ସାଥେ ମାଟିକୁ ନଭୁଲ

କରେ ପାଦରେ ଜୁହାର

କ୍ଷେତଠୁ ବହୁତ ଖାତାର ପାଖରେ

ଖାତାରେ ଚାଷି ବନ୍ଧିତ

କ୍ଷେତ ଆଉ ଖାତା ଏପାଖ ସେପାଖ

ନୋହିଲେ ମାରିବା ସତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract