STORYMIRROR

Bidyadhar Mantry

Abstract

4  

Bidyadhar Mantry

Abstract

କ୍ଷେତ ହସିଲେ, ସବୁଠି ହସ

କ୍ଷେତ ହସିଲେ, ସବୁଠି ହସ

1 min
327


  

ସକାଳର ସୁନେଲି କିରଣ ସବୁଜ କ୍ଷେତରେ

ସବୁଜ ଓଢ଼ଣୀ ତଳୁ ଧରଣୀ ହସୁଛି

ମୁରୁକି ମୁରୁକି  ନୁହଁ  ଖିଲି ଖିଲି  ହସୁଅଛି

ସେହି ହସ ଦେଖି ଚଷା ଭାଇ ବି ହସୁଛି

ଧରଣୀ ହସୁଛି ଦେଖି ,ଚଷା ଖୁସିରେ ହସୁଛି

ସୁନେଲି କିରଣ ଭରା ଆଲୋକ ଛିଟାରେ 

ବିଲ ହୁଡାରେ ବଗ ବଗୁଲି ହସରେ ବିଭୋର

ପାଣି ଶୁଖିଛି ମୀନ ମିଳିବ ସହଜରେ


ପାର୍ବଣ ସମ୍ଭାର ରେ ପୁରପଲ୍ଲୀରେ ହସ-ଅଛି

ବେଶି ହସି ହସାଉଛି କୁଆଁରୀ କନିଆଁ

ଧଳା ମେଘ ଖଣ୍ଡ ଭିତରେ ବି ଜହ୍ନ ହସୁ-ଅଛି

ଜହ୍ନ ହସିବାର ଦେଖି କୁଆଁରୀ ଛାନିଆ

ବାଡି ବଗିଚାରେ ଜାତି ଜାତି ଫୁଲ ଫୁଟି-ଅଛି

ଭ୍ରମର ଖାଲି ମତୁଆଲା ହୋଇ ହସୁଛି

ନଦୀ ପଠାରେ କାଶତଣ୍ଡି ଖୁସିରେ ହସୁ-ଅଛି

ଦୂରେ ଥାଇ ଦେଖିଲେ ବି ଜଣା ଯାଉଅଛି 

ସଜବାଜ ହୋଇଣ ସୁନ୍ଦରୀ ପ୍ରେମିକା ହସୁଛି

ଲାଜେଇ ଲାଜେଇ ଟିକେ ପଛକୁ ଦେଖୁଛି

ପ୍ରେମିକ ପ୍ରବର ଚାପି ରଖି ହସ ଦେଖୁଅଛି

ତା'ର ସୁନ୍ଦରୀ ନାୟିକା କେଉଁଠାରେ ଅଛି


କ୍ଷେତ ହସିଲେ ଚଷା ହସଇ,ହସେ ଏ ଦୁନିଆ

ହସର ଢେ଼ଉ ଅଛି ଏଠି ସେଠି ସବୁଠି

ହସି ହସି ଆସ ଦେଖିଯିବା ସବୁଜ କ୍ଷେତକୁ

ହସିବା ସଭିଏଁ ମିଶି, ହୋଇଣ ଏକାଠି।



Rate this content
Log in

Similar oriya poem from Abstract