STORYMIRROR

Madhabi Patel

Inspirational

3  

Madhabi Patel

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
13.4K



ଧରିତ୍ରୀରେ ଜନ୍ମଟିଏ ନେଲେ

ସାଲିସ୍ ରେ ଚଳିବାକୁ ହୁଏ।

ପ୍ରାଣୀ ଉଦ୍ଭିଦ ବଂଶ ବିସ୍ତାରନ୍ତି

ମଣିଷ ବି ତାହା କରିଥାଏ।

ହେଲେ ମଣିଷ ଜ୍ଞାନର ଅଧିକାରୀ

ଅନୁଭବ କିଛି ବାଣ୍ଟିଥାଏ।

ନୀତି ଜ୍ଞାନ ଉତ୍ତମ ସଂସ୍କାର

ପୃଥିବୀରେ ବାଣ୍ଟିଦେଇଯାଏ।

ସ୍ବଛତା ସବୁଜିମା ପ୍ରଦୁଷଣ ହୀନ

ସମାଜଟେ ନିତାନ୍ତ ଦରକାରୀ।

ବାହ୍ୟଶତ୍ରୁ ସଂକଟୁ ଉଦ୍ଧରିବା

ଦେଶକୁ ଧରି ତୋପ ତରବାରୀ।

ଧର୍ମ ଅଧର୍ମର ବିଭେଦତା ଭୁଲି

ଭାଇ ଆମେ ଦେବା ଆତ୍ମ ବଳୀ।

କୀଟଠୁ ଉଦ୍ଭିଦ ପରିବେଶ ପାଇଁ ଯୋଗ୍ୟ

ସଜାଇବା ପ୍ରକୃତିକୁ ହୋଇମେଳି।

ଖଣିଖଦାନ ଭୂସମ୍ପଦକୁ ସଂଚିବା

ଜଳର ନ କରି ଅପଚୟ।

ଗୋଟିଏ ଲୋକକୁ ଗୋଟେ ଗଛ ଲଗାଇ

ଦେବା ମଣିଷର ପରିଚୟ।


ମାଧବୀପଟେଲ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational