STORYMIRROR

Birakishore Nayak

Inspirational

4  

Birakishore Nayak

Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
592


ସାରା ସଂସାରରେ ଯେତେ ଜୀବଜନ୍ତୁ

     ଛୋଟ ଠାରୁ ବଡଯାଏ,

ତନ୍ମଧ୍ୟରୁ ଶ୍ରେଷ୍ଠ ମଣିଷ ଅଟଇ

     ଦୁନିଆକୁ ଭଲ ପାଏ |

ଜ୍ଞାନ ପରିସର ବଢ଼ାଇଛି ସିଏ

     ଜିଜ୍ଞାସାକୁ ଭରି ମନେ,

ଗଢିଛି ସମାଜ ଗଢି ପରିବାର

     ବାସକରେ ପ୍ରୀତି ଦାନେ |

ସମାଜ ଦେଇଛି ତାକୁ ଅଧିକାର

    ବଞ୍ଚିବାକୁ ସ୍ୱାଭିମାନେ,

ସମାଜ ପ୍ରତି ବି କର୍ତ୍ତବ୍ୟ ରହିଛି

    କରିବାକୁ ପ୍ରତିଦାନେ |

କେହି ଯଦି କେବେ କର୍ତ୍ତବ୍ୟରେ ତ୍ରୁଟି

    କରେ ନିଜ ସ୍ୱାର୍ଥପାଇଁ,

ଅନ୍ୟ ସୁଖ ନଷ୍ଟ ହୁଏ ତାହାପାଇଁ

    ଦାୟୀ ହୁଏ ଏକା ସେହି |

ନିଜପାଇଁ ଅଛି କର୍ତ୍ତବ୍ୟ ଯେତିକି

    ପରିବାର ପାଇଁ ତାହା,

ନିଜଦେଶ ପାଇଁ କର୍ତ୍ତବ୍ୟ ରହିଛି

    ସମୟ ବାଂଛିତ ଯାହା |

ପରିବାର ମଧ୍ୟେ ସନ୍ତାନଙ୍କ ପାଇଁ

    ଯେତିକି କର୍ତ୍ତବ୍ୟ ଅଛି,

ବୃଦ୍ଧ ପିତାମାତା ଆଶା ବି କରନ୍ତି

    ସନ୍ତାନର ସେବା କିଛି |

ପର ଝିଅଟିଏ ପତ୍ନୀ ହୋଇ ଆସେ

     କରେ ତା କର୍ତ୍ତବ୍ୟ ନିତି,

ନିଜେ ଜଳି ଜଳି ଆଲୋକ ଦେଖାଏ

     ସେବାର ସେ ପ୍ରତିମୂର୍ତ୍ତି |

ପତ୍ନୀ ଲୋଡିଥାଏ ସ୍ୱାମୀର ସୋହାଗ

     ଶାଶୁ ଶ୍ୱଶୁରଙ୍କ ସ୍ନେହ,

ଏତିକି କର୍ତ୍ତବ୍ୟ ଶାଶୁଘର ଲୋକେ

    ନକରିଲେ କଟେ ମୋହ |

ନିଜ କର୍ତ୍ତବ୍ୟରେ ଅବହେଳା କଲେ

     ନିଜର ତ କ୍ଷତି ହୁଏ,

ତା ସହିତ ପରା ଅନ୍ୟମାନଙ୍କର

     ବହୁ କ୍ଷତି ହୋଇଥାଏ |

ଜୀବନରେ କେବେ ନିଜ କର୍ତ୍ତଵ୍ୟକୁ

     ଭୁଲିବା ଉଚିତ ନୁହେଁ,

ସାମାନ୍ୟ ତ୍ରୁଟିରେ ବହୁ ଅଘଟଣ

     ସଂଘଠିତ ହୋଇଯାଏ |



Rate this content
Log in

Similar oriya poem from Inspirational