Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsnarani Panda

Inspirational

3  

Jyotsnarani Panda

Inspirational

କୃତଜ୍ଞତା

କୃତଜ୍ଞତା

1 min
235



ବିଭୁକୃପା ବଳେ ଏ ମହୀମଣ୍ଡଳେ 

   ଲଭିଛେ ମାନବ ଜନ୍ମ 

ସର୍ବପ୍ରଥମରେ ରହୁ କୃତଜ୍ଞତା 

  ସେବି ତାଙ୍କ ପାଦପଦ୍ମ ।



ପୃଥିବୀ ଦେଇଛି ରହିବାକୁ ସ୍ଥାନ 

   ଖାଦ୍ୟ , ବସ୍ତ୍ର , ବାସଗୃହ 

ଜଳ , ବାୟୁ , ଅଗ୍ନି ତହିଁରେ ନିମଗ୍ନି 

  ମାତ୍ରାଧିକ ମାୟା ମୋହ ।



ସମାଜରୁ ଶିକ୍ଷା , ସଂସ୍କାର ଓ ଦୀକ୍ଷା 

  ପଦବୀ , ପ୍ରତିଷ୍ଠା ପାଇ 

ମାନ ସନମାନ ଯଶ କୀର୍ତ୍ତି ଧନ 

  ଅପର୍ଯ୍ୟାପ୍ତ ଦେଲା ଥୋଇ ।



ପରିବାର ଦେଲା ସ୍ନେହ, ଶ୍ରଦ୍ଧା, ପ୍ରେମ

   ସାହାଯ୍ୟ ଓ ସହଯୋଗ

ସବୁ ଯଦି ପାଇ ହୃଦେ ନିନ୍ଦୁଥାଇ 

 ( ତେବେ)  କୃତଘ୍ନତା ଆମ ରୋଗ ।



ସାମାନ୍ୟ ସାହାଯ୍ୟ ପାଇଲେ କାହାଠୁ 

   କେବେ ଆମେ ନ ଭୂଲିବା 

ସାମର୍ଥ୍ୟକୁ ଆମ ଅଟକଳ କରି 

   ଯଥାମାନ୍ୟ ସମର୍ପିବା ।



କୃତଜ୍ଞତା ପାଇଁ କାର୍ପଣ୍ୟ ସ୍ଵଭାବ 

   କେବେ ଶୋଭନୀୟ ନୁହେଁ 

ପ୍ରତି ବଦଳରେ ବ୍ୟକ୍ତି ଅବା ବସ୍ତୁ 

   ଟିକିଏ ପ୍ରଶଂସା ଚାହେଁ ।



ଆତ୍ମଵଡିମା ଓ ତୁଚ୍ଛ ଅହଙ୍କାରେ 

   ମନୁଷ୍ୟ କୃତଘ୍ନ ହୁଏ 

ପରିଶେଷେ ଉପଲବ୍ଧ ଚିଜ ତା'ର 

   ହସ୍ତରୁ ଉଭେଇଯାଏ ।



କୃତଜ୍ଞତା ଏକ ବୀରର ଲକ୍ଷଣ 

   କୃତଘ୍ନ ଯେ କାପୁରୁଷ 

ଉପକାର ଭୂଲି ଅକୃତଜ୍ଞ ହେଲେ 

   ମଣିଷପଣିଆ ଶେଷ ।



Rate this content
Log in

Similar oriya poem from Inspirational