STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

କରତା ପୁରୁଷ

କରତା ପୁରୁଷ

1 min
241


କରତା ପୁରୁଷ ବୋଲି କରପତ୍ର ଯୋଡ଼ି, 

କରୁଛି ଜଣାଣ ପ୍ରଭୁପାଦ ତଳେ ପଡି ।

    କୃପାସାଗର ଶ୍ରୀହରି,

ଏ ବିପଦୁ ରକ୍ଷାକର ଆହେ ଚକ୍ରଧାରୀ ।୧।


ଖଟୁଛନ୍ତି ପାଦେ ତବ ଲକ୍ଷ୍ମୀ ଠାକୁରାଣୀ

ଦେବାଦେବୀ ଗଣସଙ୍ଗତରେ ମହାମୁନୀ ।

     ନିତ୍ୟ ପାଦତଳେ ସେବି ,

କରନ୍ତି ଜୀବନ ଧନ୍ୟ ସେହି ଅନୁଭବୀ ।୨।


ଗରୁଡ଼ ପୃଷ୍ଠରେ ପ୍ରଭୁ ବିଜେ କରି ଆସ

ଦେଖ ତୁମ୍ଭ ସୃଷ୍ଟି ଆଜି କରୁଛି ବିନାସ ।

   " କରୋନା" ନାମ ଯେ ତାର ,

ଦେଖୁ ଦେଖୁ ଘୋଟି ଅଛି ବ୍ରହ୍ମାଣ୍ଡ ଯାକର । ୩।


ଘୋଟି ଅଛି ସାରା ବିଶ୍ଵ ବ୍ରହ୍ମାଣ୍ଡକୁ ଭେଦି

ତୁମ୍ଭ ଛଡା କେହି ତାର ଅଛି ପ୍ରତିବାଦୀ ।

    କୃପାକର ମହାବାହୁ,

ପୃଥିବୀରୁ ଏହି ଦୁଃଖ ଦୂର ହୋଇ ଯାଉ। ୪ ।


ରୂପ ରେଖ ନାହିଁ ତାର ଆଖିକୁ ନ ଦିଶେ

ପବନରେ ଭାସି ବୁଲି ଘରେ ଘରେ ପଶେ ।

     କେହି ଦେଖିନପାରନ୍ତି,

ଏତେ କ୍ଷୁଦ୍ର ହୋଇ ପୁଣି ଦେଖାଏ ତା କାନ୍ତି। ୫ ।


ଚଞ୍ଚଳ ଗତି ତାହାର ଭ୍ରମେ ବିଶ୍ଵ ସାରା, 

ଏକ ଠାବେ ବସେ ନାହିଁ ବୁଲେ ସାହି ପରା ।

    ବିଶ୍ଵ ଆତଙ୍କିତ ଆଜ,

ଦୟାକର ଦୟାମୟ ହେ ଦେବାଧିରାଜ ।୬।


ଛାଡ଼ିଯାଉ ଏ କରୋନା ବିଶ୍ଵ ବ୍ରହ୍ମାଣ୍ଡରୁ

କୃପା କର କୃପାମୟ ଆହେ ବିଶ୍ଵ ଗୁରୁ।

      ଆହେ ଜଗତ ଇଶ୍ଵର ,

ଶରଣ ପଶୁଛୁ ବାରେ ପାଦତଳେ ତୋର ।୭।


ଜଗତଜୀବନ ନାଥ ଜଗତର ପିତା

କରହେ କରୁଣାବାରେ ହେ ବିଶ୍ଵନିୟନ୍ତା।

    ଅଖିଳ ବ୍ରହ୍ମାଣ୍ଡ ପତି

ଯାଉ ରୋଗସଂସାରରୁ କୁରୁଛୁ ବିନତୀ ।୮।


ଝାଡିଦିଅ ମନ୍ତ୍ର ଦ୍ଵାରା ଚାଳିଯାଉ ରୋଗ

ବିଶ୍ଵ ହୋଇଯାଉ ଶାନ୍ତି ଆହେ ମହାଭାଗ।

      ଆହେ ବ୍ରହ୍ମାଣ୍ଡ ଠାକୁର,

କ୍ଷଣିକରେ କୃପା ଦୃଷ୍ଟି ଦିଅ ହେ ସତ୍ଵର । ୯ ।


ନିରଞ୍ଜନ ପୁରୁଷଙ୍କୁ ନ ମାନିଲେ କେହି

ତେଣୁ ପ୍ରଭୁ ଆଜ୍ଞା ବଳେ ଘୋଟି ଅଛି ସେହି ।

      ବେଳ ଥାଉ ଡାକ ସର୍ବେ ,

ଉଦ୍ଧାର କରିବେ ପ୍ରଭୁ ତରିଯିବା ଭବେ । ୧୦।


ଉଦ୍ଧାର କରିବେ ପ୍ରଭୁ ରୋଗ ଯିବ ନାଶ

ଦେଶବାସୀ ଦିଅ ଡାକ, ରଖ ପୀତବାସ ।

    ଡାକ ଶୁଣି ପ୍ରଭୁ ଆସି,

ଉଦ୍ଧାର କରିବେ ପ୍ରଭୁ ସର୍ବ ବିଶ୍ଵବାସୀ। ୧୧ ।


ଘରେ ଘରେ ହରିନାମ କର ସର୍ବଜନ

ମିଳିଛି ସମୟ ଦେଇଛନ୍ତି ଭଗବାନ ।

   ଡାକ ସର୍ବେ ହରିହରି,

ନିଶ୍ଚୟ କରିବେ ହରି ଏ ଦୁଃଖରୁ ପାରି । ୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational