କୃଷ୍ଟଚୁଡା
କୃଷ୍ଟଚୁଡା
ଫିକା ଫିକା ହସ ନାଲିଓଠଧାର
ଇସାରାରେ ଜିଣେ ହୃଦୟକୁ କାର
ଛନ ଛନ ମନ ଚଞ୍ଚଳ ନୟନ
ନିଆଁ ଲାଗିଯାଉ ବୈରାଗୀ ଜୀବନ
କନକନ ହୋଇ କଣେଇ ଚାହାଣି
କଳିଜା କୁ କିବା ତୀର ଦିଏ ହାଣି
ଆଖିରେ ଆଖିରେ ଲେଖୁକି ଭାଷାରେ
ପ୍ରେମରେ ଫାସରେ ପହିଲି ଆଶାରେ
ଧୀରେ ଧୀରେ ଚାଖୁ ମିଠା କି ଆମ୍ବୁଲ
ବିଡ଼ିଆ କି କଡା ଚାଉଁଛି ତାମୂଳ
ମନ୍ଦମନ୍ଦ ଗନ୍ଧ ତୋ ରୂପ ପସରା
ନିଦାଘ ରେ ବାରି ବରଷେ ଅସରା
ଫୁଲ ପରି ମୂଳ ପ୍ରେମ ତୋର ଭଲ
ସବୁରି ପରାଣେ ଲାଗେ ସମତୁଲ
ଚମ୍ପା କି ଚାମେଲି ରଜନୀଗଂଧାର
ଛୁଟୁଛି ମହକ ଫୁଟିଛି ମନ୍ଦାର
ବାଟରେ ଘାଟରେ ତୋ ରୂପ ପସରା
ଲାଖିଯାଏ ଆଖି ଥାଉବା ଖସରା
ତୋ ରୂପ ବଜାରେ ହଜାରେ ପସନ୍ଦ
ଜଣକ ପାଖରେ ପ୍ରେମ ଦେଉ ବଂଧ
