STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

କୃଷ୍ଟଚୁଡା

କୃଷ୍ଟଚୁଡା

1 min
210

ଫିକା ଫିକା ହସ ନାଲିଓଠଧାର

ଇସାରାରେ ଜିଣେ ହୃଦୟକୁ କାର

ଛନ ଛନ ମନ ଚଞ୍ଚଳ ନୟନ

ନିଆଁ ଲାଗିଯାଉ ବୈରାଗୀ ଜୀବନ

କନକନ ହୋଇ କଣେଇ ଚାହାଣି

କଳିଜା କୁ କିବା ତୀର ଦିଏ ହାଣି

ଆଖିରେ ଆଖିରେ ଲେଖୁକି ଭାଷାରେ

ପ୍ରେମରେ ଫାସରେ ପହିଲି ଆଶାରେ

ଧୀରେ ଧୀରେ ଚାଖୁ ମିଠା କି ଆମ୍ବୁଲ

ବିଡ଼ିଆ କି କଡା ଚାଉଁଛି ତାମୂଳ

ମନ୍ଦମନ୍ଦ ଗନ୍ଧ ତୋ ରୂପ ପସରା

ନିଦାଘ ରେ ବାରି ବରଷେ ଅସରା

ଫୁଲ ପରି ମୂଳ ପ୍ରେମ ତୋର ଭଲ

ସବୁରି ପରାଣେ ଲାଗେ ସମତୁଲ

ଚମ୍ପା କି ଚାମେଲି ରଜନୀଗଂଧାର

ଛୁଟୁଛି ମହକ ଫୁଟିଛି ମନ୍ଦାର

ବାଟରେ ଘାଟରେ ତୋ ରୂପ ପସରା

ଲାଖିଯାଏ ଆଖି ଥାଉବା ଖସରା

ତୋ ରୂପ ବଜାରେ ହଜାରେ ପସନ୍ଦ

ଜଣକ ପାଖରେ ପ୍ରେମ ଦେଉ ବଂଧ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract