କୃଷ୍ଣସ୍ତୁ ଭଗବାନ ସ୍ୱୟଂ
କୃଷ୍ଣସ୍ତୁ ଭଗବାନ ସ୍ୱୟଂ
ଭକ୍ତର ଭାବରେ ଅସ୍ତିତ୍ୱ ସଂପନ୍ନ
ଶରୀର କି ଲୋଡ଼ା ଥାଏ,
ଗୋପୀ ନାରୀଙ୍କର ହୃଦ, ଭାବ,ମନ
ପ୍ରେମ ରେ ବନ୍ଧା ତ ସିଏ ।
ପତ୍ନୀ ହୋଇ ମଧ୍ୟ ରୁକ୍ମିଣୀ ଙ୍କ ନାମ
କୃଷ୍ଣ ଙ୍କ ସହିତ ନାହିଁ,
ବିସ୍ମୃତ କିପରି ହୋଇଲେ କେଶବ
କେଉଁ ସମ୍ମୋହନେ ରହି ।
ପତ୍ନୀ ଦେଖୁଥିଲେ ପୁରୁଷ ଙ୍କୁ ଏଠି
ପୁରୁଷୋତ୍ତମଙ୍କୁ ଭୁଲି,
ଏଇ ଭୁଲ ପାଇଁ ଶ୍ୟାମ ଆଉ ରାଈ
ଆତ୍ମା ସ୍ୱରୂପ ଶଙ୍ଖାଳି ।
କୃଷ୍ଣପ୍ରେମେ ସଚେତନ ବ୍ରଜନାରୀ
କୃଷ୍ଣସ୍ତୁ ଭଗବାନ ସ୍ୱୟଂ,
ଭକ୍ତି ଭାବନାରେସେ କଳାଗୋସେଇଁ
ହୋଇବେ ଭାବର ପ୍ରିୟ ।
କୃଷ୍ଣଙ୍କ ଭିତରେ ଭଗବତ୍ତା ଶକ୍ତି
ଗୋପୀ, ରାଧା ପାଇଗଲେ,
ରୁକ୍ମଣୀ ଙ୍କ ପ୍ରେମ ସାଧାରଣ ଆଜି
ଭକ୍ତି ରୁ ଅନ୍ତର କଲେ ।
ବୀଜ, ବୃକ୍ଷ,ପ୍ରାଣ,ଫୁଲ,ଫଳ ମଧ୍ୟେ
ଅନନ୍ୟ, ଅପୂର୍ବ ବାସ,
ମୁକ୍ତାକାଶ ପ୍ରେମେ ଅନନ୍ତ, ଅସୀମ
ଅନୁଭବେ ତାର ରାସ ।
ଭାଷାକୋଷ ଏଠି ସହଜ, ସରଳ
ଆତ୍ମା ଯେ ଅବୋଧ୍ୟ ଶବ୍ଦ,
ଜୀବନ କୋଷର ଭାଷାତ ଜଟିଳ
ସ୍ମୁକ୍ଷ ଭାବରେ ନିଶବ୍ଦ ।
ଶିଖର ଯେ ଅଟେ ଭାବ, ଭକ୍ତି ଧନ
ଦୁବପ୍ରାୟେ ଏଠି ମୁହିଁ,
କାମନା ହୃଦୟେ କୃଷ୍ଣ ସାର ନାମ
ଭଜିବା, ଗୁଣିବା ପାଇଁ ।
ପ୍ରତି ମୁହୂର୍ତ୍ତ ରେ ରହିଥିବୁ ମୋର
ହୃଦୟରେ ନିରନ୍ତର,
ଜପୁଥିବି ଧ୍ୟାଇ କଳା କାରିଗର
ମୋ ସମ୍ପତ୍ତି ମୋ ଆତ୍ମାର ।