କୃଷ୍ଣହେ ତବ ପଦ କମଳେ
କୃଷ୍ଣହେ ତବ ପଦ କମଳେ
କୃଷ୍ଣ ହେ ତବ ପଦ କମଳେ
ଚଞ୍ଚଳମନ ମୋ ଥାଉ ନିଶ୍ଚଳେ ll
କୃଷ୍ଣ ହେ ତବ.....
ଯଶୋଦା ଦୁଲାଳ ନନ୍ଦ ନନ୍ଦନ
ଗୋପ ଯୁବତୀଙ୍କ ପ୍ରାଣ ସ୍ପନ୍ଧନ
ସ୍ନାନ ମୁଁ କରିବି ଯମୁନା ଜଳେ ll
କୃଷ୍ଣ ହେ ତବ.....
ଜନ୍ମି ଦଇବକୀ ମାତାଙ୍କ କୋଳେ
ବସୁଦେବ ଘେନି ଗୋପ ଚଳିଲେ
ଉଗ୍ରସେନ କାରା ପଥ ଓଗାଳେ ll
କୃଷ୍ଣ ହେ ତବ.....
ଶକଟାଭଞ୍ଜା ହେ ପଥର ଟେକା
କେଳି କଦମ୍ବରେ ବାନ୍ଧି ପତାକା
ବଂଶୀ ବଜାଇଲ କଦମ୍ବ ମୂଳେ ll
କୃଷ୍ଣ ହେ ତବ.....
କାଳି ଦର୍ପଦଳା ଚିକ୍କଣ କଳା
ବାଜାବଜା ପାପୀ ହେଳେ ତରିଲା
କମଳ ତୋଳିଲ କାଳିନ୍ଦୀ ଜଳେ ll
କୃଷ୍ଣ ହେ ତବ.....
ବୃ୍ଦାବନଚନ୍ଦ୍ର ବାଙ୍କ ବିହାରୀ
ବକା, ଅଘା, ଷଣ୍ଢା, ମାରିଲ ହରି
ମାମୁଁ ମଲା ପଡ଼ି ମଞ୍ଚାରୁ ହେଳେ ll
 
; କୃଷ୍ଣ ହେ ତବ.....
ଆହେ ବସ୍ତ୍ର ଚୋର ନଟ ନାଗର
ଲବଣୀ ଖାଇଲ ଗୋପୀଙ୍କ ପୁର
ଦାମୋଦର ବନ୍ଧା ଯାମଳ ମୂଳେ ll
କୃଷ୍ଣ ହେ ତବ.....
ମଧୁକୈଟଭାରି ଆହେ କଂସାରୀ
ସୀତା ଛଳେ ଥିଲ ରାବଣ ମାରି
ପଥର ଭାସିଲା ସାଗର ଜଳେ ll
କୃଷ୍ଣ ହେ ତବ.....
ହେ କୃଷ୍ଣ କେଶବ ପାଣ୍ଡବ ସାଥି
ନନ୍ଦିଘୋଷ ରଥେ ପାର୍ଥ ସାରଥୀ
ଦ୍ରୌପଦୀ ଚିନ୍ତିଲା ଅତି ବିକଳେ ll
କୃଷ୍ଣ ହେ ତବ.....
ଆହେ କଳା କୃଷ୍ଣ କମଳ ଆଖି
ଇନ୍ଦ୍ରଙ୍କ କୋପରୁ ଗୋକୁଳ ରଖି
ପକ୍ଷୀ ଘୋଡ଼ାଇଲ ଘଣ୍ଟର ତଳେ ll
କୃଷ୍ଣ ହେ ତବ.....
ଆହେ ରାଧାକାନ୍ତ ଗୋପୀ ଜୀବନ
ରାଧା କୁଣ୍ଡେ ଶ୍ୟାମ କୁଣ୍ଡେ ସ୍ନାହାନ
ବିଶ୍ଵ ସୁନ୍ଦର ମୋ ଥାଆନ୍ତୁ ଡୋଳେ ll
କୃଷ୍ଣ ହେ ତବ ପଦ କମଳେ
ଚଞ୍ଚଳ ମନ ମୋ ଥାଉ ନିଶ୍ଚଳେ ll