STORYMIRROR

gouranga charan beura

Romance Others

2  

gouranga charan beura

Romance Others

କୃଷ୍ଣା..???

କୃଷ୍ଣା..???

1 min
13.3K


ଉପମାର ପଦୁଅଁ କଢିରେ,

ତୁମେ କୁଂଜବନର ରାଧା

ଫଳିକାରେ ମଧୁଭରି,

ସନ୍ତର୍ପଣରେ ଉପେକ୍ଷିତା କାହାପାଇଁ

ବକ୍ଷରେ ମଦିରାର କୁମ୍ଭ,

ଅଧର ଫୁଲ ପାଖୁଡାରେ ଚୁମ୍ବନ ତରଂଗ

ପିଛିଳ ଚିବୁକ୍ ରେ ଚଂଚୁର ଆହ୍ଲାଦିନି,

ଅଂଗ ବସ୍ତ୍ରର ପ୍ରଛଦପଟୁ

ସୁପ୍ତ ଅବୟବର ଆଖିଠାର

ଲୋଲୁପ ପ୍ରେମ ନେତ୍ରେ,

କାନ ବାଣର ଅଗ୍ନିଅସ୍ତ୍ର

ନିତମ୍ବର ମଦ୍ୟଛଦାରେ ନହୁଲି ଝରଣା

ଝରାଇ ଉଷ୍ମ ପ୍ରସବଣ,

ପାଗଳ କର ମୋ କାମୁକତାକୁ

ନାଭି ଚିଂଗାରିରେ,

ନିଆଁ ଲାଗିଯାଏ ମୋ ପ୍ରୀତି କୁଂଜବନେ

ଚଂଚୁରେ ଚଂଚୁର ନିବିଡତା,

ଘନେଇ ଉଠେ ମାଦକତାର ପ୍ରତିସ୍ମରଣ

ଆସ୍ୱାସନାର ଗଳି ରାସ୍ତାରେ,

ଭିଜାଇ ଦିଅ ମଦିରାର ହିମରେଣୁ

ଅବୟବର କାମୁକତାରେ,

ରଂଗ ବେରଂଗର ସୁନେଲି ସ୍ୱପ୍ନ

ଫିଂଗିଦେଇ ମନର ଅକୁହା କଥା,

ମନ ସରୋବରେ ନାବକେଳି କର

କେଉଁ ନାବିକର,

ପୀରତି ନାବରେ ନାବ କେଳି ଆଶାରେ

କାତ ମୋ ପାଏନା ତୁମ ପ୍ରୀତି ତରଂଗିଣିରେ

ଆହୁଲାର ମୃଦୁ ଚାଳନାରେ,

ତୁମେ ରାଜିଥାଅ,

କହିପାରନା କି ରହିପାରନା,

ମୋ ଫୁଲଶେଯରେ ତୁମକୁ ପ୍ରେମ ଦାନ ପାଇଁ....


Rate this content
Log in

Similar oriya poem from Romance