STORYMIRROR

Sandhya Rani Panigrahy

Classics Others

3  

Sandhya Rani Panigrahy

Classics Others

କୃଷ୍ଣ ତୁମେ ଆସିବ କି ଫେରି

କୃଷ୍ଣ ତୁମେ ଆସିବ କି ଫେରି

1 min
261

ଯଦି ଆସନ୍ତେ ପୁଣି କୃଷ୍ଣ ଫେରି

କରିବାକୁ ଲୀଲା ତାଙ୍କର ଗିରିଧାରୀ

ମାଗିଥାନ୍ତେ ଯଦି ପୁନର୍ବାର ବଂଶୀଟିଏ

ମୂଲଚାଲ ହୁଅନ୍ତା ଥରେ ବାଉଁଶ ଖଣ୍ଡିଏ

ପ୍ରୀତି ପାଇଁ ମାନସୀକୁ ଝୁରି

ପ୍ରେମ କରନ୍ତେ କରି ରାଧା ମନ ଚୋରି

ପଇସା କଉଡି କାହୁଁ ପାଆନ୍ତେ

ବାକି କରି ଉଧାର ନେଇ ସଂସାରରେ ଚଳନ୍ତେ

ରାଧା ବି ସତରେ ବାଚାଳ କି ହୁଅନ୍ତା

ଘରଦ୍ବାର ସ୍ବାମୀକୁ ସତସତ ଛାଡନ୍ତା 

କଣ ସତରେ ଅପବାଦ ନିନ୍ଦା ଶୁଣନ୍ତା

ସର ଲବଣି କଣ ଚୋରି କରି ଖାଆନ୍ତା

ସତରେ କି ମନଲୋଭା ସ୍ବାଦହୀନ ଲାଗନ୍ତା

ମହାଭାରତ କଣ ପୁଣି ଥରେ ରଚିଥାନ୍ତା

କର୍ଣ୍ଣ ଅର୍ଜୁନ ସତରେ ଧରାରେ ଲୋଟି ଆସନ୍ତେ

ଗୀତାର ଭୂମିକା ପୁନରପି ଉଲ୍ଲେଖ କରନ୍ତେ

ଅଭିମନ୍ୟୁର ସଂହାର କଣ ମହାରଥୀ ହୁଅନ୍ତା

ଚାନ୍ଦଟା ତା ପୁଅକୁ ଦେବାକୁ କଣ ମନା କରନ୍ତା

କୃଷ୍ଣଙ୍କ ଅନୁପସ୍ଥିତରେ ତାରି ବଧ ଚକ୍ରବ୍ୟୁହର ଚକ୍ରାନ୍ତ ରଚନ୍ତା 

ଦେବକୀ ଔରସରୁ ଜନମି ଯୋଶଦାକୁ ଅଝଟ କରୁଥାନ୍ତା

ପାଟି ଖୋଲି ସାରା ସଂସାର ବୁଲୁଛି ଦେଖାଇ ଦିଅନ୍ତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics